ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ନାଗଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଉଠାଇ ନେଇଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ତାଙ୍କ ସ୍ବାମୀଙ୍କୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ତେବେ ସୋମବାର ସକାଳେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା ଜାରି ରଖିଛି।