ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଇଡିର ଚଢ଼ାଉ

କେସିଙ୍ଗା/ଜୁନାଗଡ଼,୧୦ା୧୧(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପିତାଙ୍କ ବାସଭବନରେ ଇଡି ଚଢ଼ାଉ କରିଛି। ଗୁରୁବାର ସକାଳେ ଦୁଇଟି ଇନୋଭା ଗାଡ଼ିରେ ଆସି ୫ଜଣ ଇଡି ଅଧିକାରୀ ଘରେ ପଶି ଖୋଳତାଡ଼ ଆରମ୍ଭ କରିଛନ୍ତି। ଘର ସମ୍ମୁଖ ଏବଂ ପଛରେ ପଛରେ ୬ ଜଣ ସିଆରପିଏଫ୍‌ ବନ୍ଧୁକଧାରୀ ଜଗି ରହିଛନ୍ତି। ଘରେ ଅର୍ଚ୍ଚନାଙ୍କ ମା’ ଅଛନ୍ତି। ଚଢ଼ାଉ ଜାରି ରହିଛି। କିନ୍ତୁ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିପାରିନାହିଁ।