ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ ଜାରି ରଖିବା ସହ ଜଣକ ପରେ ଜଣେ ବ୍ୟକ୍ତିଙ୍କୁ ଜେରା କରି ତଥ୍ୟ ହାସଲ କରୁଛି। ଏକାଧିକଙ୍କୁ ବାରମ୍ବାର ଜେରା ସରିଥିବାବେଳେ ମୁଖ୍ୟ ଅଭିଯୁକ୍ତା ଅର୍ଚ୍ଚନାଙ୍କୁ ଏଯାଏ ପଚରାଉଚରା କରିପାରି ନାହିଁ। ସୋମବାର ଅର୍ଚ୍ଚନା କୋର୍ଟରେ ହାଜର ହେବେ। ତେଣୁ ଏହି ସମୟରେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ପକ୍ଷରୁ ଆବେଦନ କରାଯିବ। ପୂର୍ବରୁ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ଆଣିପାରେ ବୋଲି କୁହାଯାଉଥିଲା। ହେଲେ ଇଡି ପ୍ରଥମେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ରାଜ୍ୟର ଏହି ବଡ଼ ହନିଟ୍ରାପ ଓ ଆର୍ଥିକ କାରବାରର କଳା ସାମ୍ରାଜ୍ୟ ଉପରୁ ପରଦା ଉଠାଇବାକୁ ଚେଷ୍ଟା କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ତେବେ ଅର୍ଚ୍ଚନାଙ୍କୁ ଇଡି କେତେଦିନ ରିମାଣ୍ଡରେ ଆଣି ଆଉ କ’ଣ ନୂଆ ଗୁମର ଖୋଲିବ ତାହା ଉପରେ ସମସ୍ତଙ୍କ ନଜିର ରହିଛି। ଅର୍ଚ୍ଚନାଙ୍କ ରିମାଣ୍ଡ ସମୟରେ ତାଙ୍କ ହନିଟ୍ରାପ୍‌ର ମୋହର ଥିବା ଶ୍ରଦ୍ଧାଞ୍ଜଳି ବେହେରା ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ତ୍ରିମୁଖୀ ଜେରା କରିବାକୁ ଇଡି ଯୋଜନା ରଖିଛି। ଇଡି ଏପର୍ଯ୍ୟନ୍ତ ୮ରୁ ଅଧିକ ବ୍ୟକ୍ତିଙ୍କୁ ଜେରା କରି ତଥ୍ୟ ହାସଲ କରିଛି। ତେବେ ଆଗକୁ ଅର୍ଚ୍ଚନାଙ୍କ ତଥ୍ୟ ଆଧାର କରି ଇଡି ବହୁ ବଡ଼ବଡ଼ିଆଙ୍କୁ ଜେରା କରିବାର ଆଶଙ୍କା କରାଯାଉଛି। ତେବେ ଏହି ଘଟଣାରେ ଆରମ୍ଭରୁ ସନ୍ଦେହ ଘେରରେ ରହି ଆସିଛି କମିଶନରେଟ ପୋଲିସ। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟରେ ବହୁ ପ୍ରଭାବଶାଳୀ ତଥା କ୍ଷମତା ଶାଳୀ ନେତା, ମନ୍ତ୍ରୀ, ଅଧିକାରୀ ଓ ବ୍ୟବସାୟୀ ସମ୍ପୃକ୍ତ ଥିବାରୁ ପୋଲିସ ଘଟଣାକୁ ଚପାଇ ଦେଇଥିଲା। ଇଡି ଯଦି କିଛି ନେତାମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ସାମ୍ନାକୁ ଆଣେ ତେବେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିବ। ଏହାରି ଭିତରେ ଅର୍ଚ୍ଚନାଙ୍କ ରିମାଣ୍ଡକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri