‘ଦ କପିଲ ଶର୍ମା’ ଶୋ’ ଛାଡ଼ିଦେଲେ କି ଅର୍ଚ୍ଚନା; କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ରୁ ଗୋଟିଏ ହେଲା । କିଛି ଦିନରୁ ଏହା ବନ୍ଦ ଥିବା ବେଳେ ଏବେ ଅର୍ଚ୍ଚନା ପୁରନ ସିଂହ ଶୋ’କୁ ବାଏ ବାଏ କରିଥିବା ଚର୍ଚ୍ଚା ହେଉଛି। ନୂଆ ସିଜନ ସହ ନୂଆ ଜଜ୍‌ଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି। କଥା କେତେ ସତ କେତେ ମିଛ ଜଣା ପଡ଼ି ନ ଥିଲେ ହେଁ ଅର୍ଚ୍ଚନା କିନ୍ତୁ ଏହା କେବଳ ଗୁଜବ ବୋଲି କହିଛନ୍ତି। ଗତ ବର୍ଷ ଫିଲ୍ମର ଶୁଟିଂ କରୁଥିବାରୁ ଏଭଳି କିଛି ଶୁଣିବାକୁ ମିଳିଥିଲା। ପୁଣିଥରେ ସେଭଳି ହେଉଛି। ହେଲେ ଏଥିରେ ସତ୍ୟତା ନାହିଁ। କପିଲଙ୍କ ଶୋ’ରେ ବିଚାରପତି ହେବା ଆନନ୍ଦ ଦେଇଥାଏ। ମଞ୍ଚ ଉପରେ ଅଭିନେତାଙ୍କ ସହ ମଜା କରିବାକୁ ସେ ପସନ୍ଦ କରନ୍ତି ବୋଲି କହିଛନ୍ତି।

କହିରଖୁଛୁ, ଏହି ଶୋ’ ଫେବୃୟାରୀରେ ଅଫ୍‌ ଏୟାର ହୋଇଥିଲା। ସେତେବେଳେ କପିଲ ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିବାକୁ ବ୍ୟଗ୍ର ଥିଲେ। ଏଣୁ ପରିବାର ସହ ସମୟ ବିତାଇବା ପାଇଁ ସେ ବ୍ରେକ୍‌ ନେଇଥିଲେ। ଏବେ ଟିମ୍‌ ପୁଣିଥରେ ଟେଲି ପରଦାକୁ ଫେରିବାକୁ ପ୍ରସ୍ତୁତି ଚଳାଇଛି। ଜୁଲାଇରେ ପୁଣିଥରେ ଦର୍ଶକଙ୍କୁ କଳାକାରମାନେ ମନୋରଞ୍ଜନ କରିବେ ବୋଲି କୁହାଯାଉଛି।

Share