ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା, ଚନ୍ଦନ ମୁହଁରେ ଅର୍ଚ୍ଚନା ଚରିତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୧୫ଜଣଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାଳୟକୁ ଡାକି ଜେରା ଆରମ୍ଭ କରିଛି। କେତେବେଳେ ଜଣ ଜଣ କରି ତ ଆଉ କେତେବେଳେ ମୁହଁାମୁହିଁ ଜେରା କରି କଳାଧନ୍ଦାର ଲିଙ୍କ୍‌ ଖୋଜୁଛି। ଇତିମଧ୍ୟରେ ରାଜ୍ୟର ଏହି ବଡ଼ ହନିଟ୍ରାପ ମାମଲାରେ ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର, ବ୍ୟବସାୟୀ ଅମିୟକାନ୍ତ ଦାଶ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ଢେଙ୍କାନାଳର ବିଜେଡି ବିଧାୟକଙ୍କ ଭାଇ ତଥା ବ୍ୟବସାୟୀ ଗଙ୍ଗାଧର ସାମଲଙ୍କୁ ଜେରା କରାଯାଇଥିବାବେଳେ ଶୁକ୍ରବାର ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଦ୍ୱିତୀୟଥର କାର୍ଯ୍ୟାଳୟକୁ ଡାକି ଆଉ କିଛି ତଥ୍ୟ ସଂଗ୍ରହ କରିଛି ଇଡି। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସାମ୍ରାଜ୍ୟର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ତାଙ୍କ ଡ୍ରାଇଭର ଚନ୍ଦନଙ୍କୁ ମଧ୍ୟ ଇଡି ଜେରା କରିଛି। ତାଙ୍କ ମୁହଁରୁ ଅର୍ଚ୍ଚନାଙ୍କ ଚରିତ ଶୁଣିଛନ୍ତି ଇଡି ଅଧିକାରୀ। ଅର୍ଚ୍ଚନାଙ୍କ ବିଷୟରେ ଚନ୍ଦନ ସବୁକିଛି ଜାଣିଛନ୍ତି। ସେ କୁଆଡ଼େ ଯାଉଥିଲେ, କାହା ସହ ମିଶୁଥିଲେ, ସତ୍ୟବିହାରସ୍ଥିତ ଆଲିସାନ୍‌ ଘରକୁ କେଉଁମାନେ ଆସୁଥିଲେ, ତାହାର ସବୁ ତଥ୍ୟ ଚନ୍ଦନ ପାଖରେ ରହିଥିବାରୁ ଇଡି ତାଙ୍କୁ ନୋଟିସ୍‌ କରିଥିଲା। ସେ ହାଜର ହେବା ପରେ ଇଡି ଏସବୁ ସଂକ୍ରାନ୍ତରେ ଚନ୍ଦନଙ୍କଠାରୁ କିଛି ନୂଆ ତଥ୍ୟ ପାଇଥିବା ସୂଚନା ମିଳିଛି।
ଚନ୍ଦନଙ୍କ ପୂର୍ବରୁ ଅର୍ଥାତ୍‌ ସକାଳ ପ୍ରାୟ ୭ଟା ୩୦ରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଇଡି ଅଧିକାରୀମାନେ ତାଙ୍କୁ ପୁଣି ଗୁଡ଼ାଇ ତୁଡ଼ାଇ ନାଗ ସାମ୍ରାଜ୍ୟ ବିଷୟରେ ପ୍ରଶ୍ନ ପଚାରିଥିଲେ। ବ୍ଲାକ୍‌ମେଲ ଓ ଆର୍ଥିକ କାରବାର କେମିତି ହେଉଥିଲା, କାହା ମାଧ୍ୟମରେ ଟଙ୍କା ଆସୁଥିଲା, ଆଦାୟ ହେଉଥିବା ବ୍ଲାକମେଲ ଅର୍ଥରେ ଶ୍ରଦ୍ଧାଞ୍ଜଳିଙ୍କ ଭାଗ କେତେ ରହୁଥିଲା, ବିଳମ୍ବରେ ଏତଲା ଦେବାର ରହସ୍ୟ କ’ଣ, ଏସବୁ ସଂକ୍ରାନ୍ତରେ ସତ୍ୟତା ଜାଣିବାକୁ ଇଡି ଅଧିକାରୀମାନେ ଚେଷ୍ଟା କରିଥିଲେ।
ଆସନ୍ତା ୩୦ ତାରିଖରେ ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ କୋର୍ଟରେ ହାଜର ହେବେ। ଏହି ସମୟରେ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଇଡି ଯୋଜନା କରୁଛି। ସେମାନଙ୍କ ପ୍ରଶ୍ନ ପ୍ରସ୍ତୁତ ହୋଇସାରିଥିବାବେଳେ ଅନ୍ୟମାନଙ୍କୁ ଜେରାବେଳେ ମିଳିଥିବା ତଥ୍ୟ ଆଧାରରେ ଆଉ କିଛି ଯୋଡ଼ାଯାଇପାରେ ବୋଲି ସୂଚନା ମିଳିଛି। ଜେରା ତାଲିକାରେ ସୁନା ବ୍ୟବସାୟୀ, ଖଣି ବ୍ୟବସାୟୀ, ହୋଟେଲ ବ୍ୟବସାୟୀ, ପ୍ରଭାବଶାଳୀ ଓ କ୍ଷମତାଶାଳୀ ନେତା, ପ୍ରଶାସନିକ ଅଧିକାରୀ ରହିଥିବା ଚର୍ଚ୍ଚା ହେଉଥିବାରୁ ଆଗକୁ ଅନ୍ୟମାନଙ୍କ ପାଳି ପଡିବାକୁ ଯାଉଛି। ସତ୍ୟବିହାରସ୍ଥିତ ଗୋଟିଏ ପ୍ଲଟ୍‌ରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଘର ରହିଛି। ଉକ୍ତ ଜମିକୁ ନେଇ ଥିବା ଗୁମର କଥା ଜାଣିବାକୁ ଜମି ମାଲିକଙ୍କୁ ମଧ୍ୟ ଇଡି ନୋଟିସ କରିଛି। ତେବେ ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ ଆସିବା ପରେ ନାଗ-ଚାନ୍ଦ ଦମ୍ପତିଙ୍କ ବହୁ ଗୁମର କଥା ପଦାକୁ ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri