ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ବ୍ୟବସାୟୀ ଅମୀୟକାନ୍ତ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲା ରୋଚକ ହେବାରେ ଲାଗିଛି। ଏହାକୁ ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତନାଘନା ଚଳାଇଛି। ଏହି ପରିପ୍ରେକ୍ଷୀରେ ଅର୍ଚ୍ଚନାଙ୍କ ବ୍ୟବସାୟୀ ଅମୀୟକାନ୍ତ ଦାସ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିଲେ ଅମୀୟକାନ୍ତ। ତେବେ ଅମିୟକାନ୍ତ ଏତେ ଟଙ୍କା କାହିଁକି ପଠାଇଥିଲେ। ତାହାକୁ ନେଇ ଇଡି ପଚରାଉଚରା କରିବ ବୋଲି ଜଣାପଡିଛି।