କୋର୍ଟରେ ହାଜର ହେବେ ଅର୍ଚ୍ଚନା-ଜଗବନ୍ଧୁ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଙ୍ଗଳବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେବେ। ଏଥିସହିତ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଖଗେଶ୍ୱରଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି।