Categories: ଖେଳ

ଭାରତୀୟ ଖୋଖୋ ଦଳରେ ଅର୍ଚ୍ଚନା

ଭୁବନେଶ୍ୱର, ୨୦ା୩ (ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ସୋମବାରଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୪ର୍ଥ ଏସିଆନ୍‌ ଖୋ ଖୋ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ୨୦୨୩ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଖୋ ଖୋ ଦଳରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନ୍‌ସେସ୍‌ (କିସ୍‌)ର ଛାତ୍ରୀ ଅର୍ଚ୍ଚନା ମାଝି ସ୍ଥାନ ପାଇଛନ୍ତି।

ଏସିଆନ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳ ମନୋନୟନ ସକାଶେ ଆସାମର ଗୁଆହାଟୀସ୍ଥିତ ସାରୁସାଜାଇ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ମାର୍ଚ୍ଚ ୧୪ରୁ ୧୮ ପର୍ଯ୍ୟନ୍ତ ଏକ କୋଚିଂ କ୍ୟାମ୍ପ ଓ ସିଲେକ୍ସନ ଟ୍ରାଏଲ ଆୟୋଜନ କରାଯାଇଥିଲା। ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ପ୍ରଫେସର ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ ଓଡ଼ିଶା ଖୋ ଖୋ ଆସୋସିଏଶନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଏସିଆନ ଚାମ୍ପିୟନଶିପ୍‌ରେ ଭଲ ପ୍ରଦର୍ଶନ ପାଇଁ ଶୁଭକାମନା କରିଛନ୍ତି।

Share