ରାତି ଅଧରେ ବିଗ୍‌ବସ୍‌ରୁ ବିଦା ହେଲେ ଅର୍ଚ୍ଚନା !

ବମ୍ବେ: ରାତି ଅଧରେ ବିଗ୍‌ବସ୍‌ରୁ ବିଦା ହୋଇଛନ୍ତି ସାଉଥ୍‌ର ସନି ଲିଓନି ଓରଫ ଅର୍ଚ୍ଚନା ଗୌତମ। ବିଗ୍‌ବସ୍‌ ସିଜନ-୧୬ର ସବୁଠାରୁ ଏଣ୍ଟରଟେନିଂ ପ୍ରତିଯୋଗୀ ଥିଲେ ସେ। ଶୋ’ରେ ସେ ଅଧିକ ଆକ୍ଟିଭ ମଧ୍ୟ ରହୁଥିଲେ। ହେଲେ ଏବେ ସେ ଅନ୍ୟତମ ପ୍ରତିଯୋଗୀ ଶିବ ଠାକ୍‌ରେଙ୍କ ସହ ଝଗଡ଼ା କରି ବାହାର ହୋଇଛନ୍ତି। ଅର୍ଚ୍ଚନା ରାଗରେ ସନ୍ତୁଳନ ହରାଇ ବସି ଶିବଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ତାଙ୍କୁ ବାହାର କରାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ ମୁତାବକ, ଅର୍ଚ୍ଚନା-ଶିବଙ୍କ ମଧ୍ୟରେ ରାତିରେ ଝଗଡ଼ଶ ହୋଇଥିଲା। ଏଥିରେ ଅର୍ଚ୍ଚନା କଥା କହିବା ବଦଳରେ ଶାରୀରିକ ଭାବେ ଆକ୍ରମଣ କରିଥିଲେ। ଏହାକୁ ନେଇ ୩ଟା ରାତିରେ ତାଙ୍କୁ ବାହାର କରିଦିଆଯାଇଛି। ଏହି ଖବର ଜଣାପଡ଼ିବା ପରେ ଅର୍ଚ୍ଚନାଙ୍କ ପ୍ରଶଂସକ ଦୁଃଖି ହୋଇଛନ୍ତି। କିଛି ତାଙ୍କ ସମର୍ଥନରେ ତାଙ୍କୁ ରାଣୀ କହୁଥିବା ଦେଖାଯାଇଛି।

Share