ବିଗ୍‌ବସ୍‌ରୁ ବାହାରିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ଅର୍ଚ୍ଚନା

ବମ୍ବେ: ବିଗ୍‌ବସ୍‌ ଘରୁ ଲୋକପ୍ରିୟତା ହାସଲ କରିବା ପରେ ଏବେ ରାଜନୀତି ମୁହାଁ ହୋଇଛନ୍ତି ପ୍ରତିଯୋଗୀ ତଥା ମଡେଲ ଅର୍ଚ୍ଚନା ଗୌତମ। ନିକଟରେ ସେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଏହି ଭେଟଘାଟର ଫଟୋ ଭାଇରାଲ ହେଉଛି।

ଫଟୋଟି ଛତିଶଗଡ଼ ରାୟପୁରରେ ଆୟୋଜିତ ହୋଇଥିବା ଜାତୀୟ କଂଗ୍ରେସ ସମ୍ମିଳନୀର। ଏଥିରେ ପ୍ରିୟଙ୍କାଙ୍କୁ ଭେଟି ଅର୍ଚ୍ଚନା ଲେଖିଛନ୍ତି, ‘ମୋ ଭଉଣୀ, ମୋ ବନ୍ଧୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜି… ଯେପର୍ଯ୍ୟନ୍ତ ଜୀବନ ଅଛି, ଏହି ଅର୍ଚ୍ଚନା ତୁମର।’

ଅର୍ଚ୍ଚନାଙ୍କ ଏହି ପୋଷ୍ଟ ଭାଇରାଲ ହେଉଥିବା ବେଳେ ଲୋକେ ତାଙ୍କୁ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ରାଜନୀତିରେ ତୁମ ସିଟ୍‌ ନିଶ୍ଚିତ ବୋଲି ଅନେକେ କହୁଥିବା ଦେଖାଯାଉଛି।

୨୦୨୧ରେ ଅର୍ଚ୍ଚନା କଂଗ୍ରେସରେ ଯୋଗ ଦେଇଥିଲେ। ସେ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହସ୍ତିନାପୁରରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ଭାଜପାର ଦୀନେଶ ଖତିକଙ୍କଠାରୁ ପରାଜିତ ହୋଇଥିଲେ। ଏହାପରେ ଅର୍ଚ୍ଚନା ବିଗବସ୍‌ ୧୬ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ। ଶୋ’ ଅର୍ଚ୍ଚନା ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି।

Share