୩୦ କୋଟିର ହିସାବ ଦେବେ ଅର୍ଚ୍ଚନା-ଜଗବନ୍ଧୁ

ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବେ ଝାରପଡ଼ା ଜେଲରେ ଥିବା ବେଳେ ଏହି ମାମଲାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଅର୍ଚ୍ଚନା ଓ ଜଗବନ୍ଧୁ ଗତ ୫ ବର୍ଷ ମଧ୍ୟରେ ୩୦ କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି। ତେବେ ଏହି ଆର୍ଥିକ କାରବାରର ଉତ୍ସ ସମ୍ପର୍କରେ ଜାଣିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ଇଡି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମିଶନରେଟ ପୋଲିସଠାରୁ ଅର୍ଚ୍ଚନା ମାମଲା ସମ୍ପର୍କିତ ସମସ୍ତ ଅଭିଯୋଗର ଏତଲା କପି ନେଇଛି ଇଡି। ଏଥିସହ ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ବ୍ୟାଙ୍କ ସମ୍ପର୍କିତ ଆର୍ଥିକ ନେଣଦେଣ ତଥ୍ୟ ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)କୁ ଚିଠି ଲେଖାଯାଇଛି। ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଏ ଟଙ୍କା ପଠାଉଥିଲେ, କେତେ ଟଙ୍କା ଆକାଉଣ୍ଟକୁ ଆସିଥିଲା, ନଗଦ ଅର୍ଥର କାରବାର କିଭଳି କରାଯାଉଥିଲା ଏସବୁ ଉତ୍ସକୁ ଇଡି ଖୋଜିବା ଆରମ୍ଭ କରିଛି। ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବାରୁ ଜେଲରେ ଥିବା ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଖୁବ୍‌ଶୀଘ୍ର ଜେରା ହୋଇପାରନ୍ତି ବୋଲି ସୂଚନା ମିଳିଛି। ବହୁ ବଡ଼ବଡ଼ିଆ ବ୍ୟକ୍ତି ଅର୍ଚ୍ଚନାଙ୍କୁ ସାହାଯ୍ୟ କରୁଥିଲେ। ଏପରି କି ତାଙ୍କୁ ବହୁ ସମୟରେ ଆର୍ଥିକ ସହଯୋଗ କରୁଥିଲେ। ତେଣୁ ସେମାନେ ମଧ୍ୟ ଇଡି ଦ୍ୱାରା ଜେରା ହେବେ ବୋଲି ଜଣାପଡ଼ିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନାମରେ ଡରାଇବା, ବ୍ଲାକ୍‌ମେଲିଂ, ଦାଦାବଟି ଆଦାୟ ଆଦି ବିଭିନ୍ନ ଅଭିଯୋଗ ରହିଥିବାବେଳେ ପୋଲିସ ୧୬ଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅର୍ଚ୍ଚନାଙ୍କ କଳା କାରନାମାରେ ସମ୍ପୃକ୍ତି ନେଇ ଠୋସ୍‌ ପ୍ରମାଣ ମିଳିବା ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ର ଏବେ କେଉଁଠି ଓ ତାଙ୍କୁ ପୋଲିସ କେବେ ଗିରଫ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅର୍ଚ୍ଚନା ଓ ଜଗବନ୍ଧୁ ଜେଲରେ ରହଣି କାଳ ମଧ୍ୟରେ ଜେଲ୍‌ ମାନୁଆଲ ଅନୁଯାୟୀ ସପ୍ତାହକୁ ଥରେ ପରସ୍ପରକୁ ଭେଟିପାରିବେ ବୋଲି ନିର୍ଦ୍ଦେଶ ରହିଛି। ଗତ ରବିବାର ଉଭୟ ୧୫ ମିନିଟ୍‌ କଥା ହୋଇ ପରସ୍ପରକୁ ସାନ୍ତ୍ୱନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri