Categories: ଜାତୀୟ

ଏଫିଲ ଟାଓ୍ବରଠୁ ବଡ଼ ରେଲଓ୍ବେ ବ୍ରିଜର ମୁଖ୍ୟ ନିର୍ମାଣ କାର୍ଯ୍ୟ ଶେଷ

କୌରି, ୫ା୪- ଜମ୍ମୁ-କଶ୍ମୀରର ଚେନାବ ନଦୀ ଠାରୁ ୩୫୯ ମିଟର ଉଚ୍ଚରେ ରେଲ୍‌ଓ୍ବେ ବ୍ରିଜ ମଝିରେ ଥିବା ଗଳା ବାଟ (ଆର୍କ)ର ନିର୍ମାଣ କାର୍ଯ୍ୟ ସୋମବାର ଶେଷ ହୋଇଛି। ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା ବିଶ୍ୱର ସର୍ବ ଉଚ୍ଚ ରେଲଓ୍ବେ ବ୍ରିଜ ଭାବେ ପରିଗଣିତ ହେବ। ଉତ୍ତରାଞ୍ଚଳ ରେଲଓ୍ବେ ପକ୍ଷରୁ ଏହାକୁ ମାଇଲଷ୍ଟୋନ ବୋଲି କହୁଯାଇଛି।

୧.୩ କିଲୋମିଟର ଲମ୍ବା ବ୍ରିଜ ଯୋଗୁ କଶ୍ମୀର ଭାଲି ସହ ଟ୍ରେନ ଚଳାଚଳ ହୋଇପାରିବ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ମିଳିପାରିବ ବେପାରର ସୁଯୋଗ। ଏହି ଗୁରୁତ୍ୱପୂର୍ଣ୍ଣ ରେଲ୍‌ଓ୍ବେ ବ୍ରିଜ ନିର୍ମାଣରେ ୧,୪୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉଧାମପୁର-ଶ୍ରୀନଗର, ବାରାମୁଲା ରେଲଓ୍ବେ ଲିଙ୍କ (ୟୁଏସ୍‌ବିଆରଏଲ) ଯୋଜନାରେ ନିର୍ମାଣ କରାଯାଇଛି ଏହି ବ୍ରିଜ। ସବୁଠୁ ବଡ଼ କଥା ହେଲା, ପ୍ୟାରିସରେ ଥିବା ଏଫିଲ ଟାଓ୍ବର ଠାରୁ ୩୫ ମିଟର ଉଚ୍ଚତାରେ ଅଛି ଏହି ବ୍ରିଜ।

 

Share