ବାହା ହେଲେ ଅରବାଜ, କନଫର୍ମ କଲେ ରବିନା

ମୁମ୍ବାଇ: ଅଭିନନ୍ଦନ! ଅରବାଜ ଖାନ ଏବଂ ଶୌରା ଖାନ ବର୍ତ୍ତମାନ ସାତ ଜନ୍ମର ସାଥି ହୋଇଛନ୍ତି। ୫୬ ବର୍ଷିୟ ଅରବାଜ ଖାନ ୪୧ବର୍ଷିୟ ଶୌରାଙ୍କ ସହ ବିବାହ କରିଛନ୍ତି। ଏହି ସୂଚନା ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ ଦେଇଛନ୍ତି।

କିଛି ସମୟ ପୂର୍ବରୁ ରବିନା ସୋସିଆଲ ମିଡିଆରେ ଅରବାଜ ଏବଂ ଶୌରାଙ୍କ ବିବାହକୁ ନିଶ୍ଚିତ କରିଥିଲେ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଷେୟାର କରିବାବେଳେ ସେ ନବ ବିବାହିତ ଦମ୍ପତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଭିଡିଓ ଶେୟାର କରିବାବେଳେ ଅଭିନେତ୍ରୀ ଲେଖିଛନ୍ତି, ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ !!! ମୁଁ ତୁମ ଦୁହିଁଙ୍କ ପାଇଁ ବହୁତ ଖୁସି … ମୋର ପ୍ରିୟ ଶୌରା ଖାନ ଏବଂ ଅରବାଜ ଖାନ .. ପାର୍ଟି ତୋ ଅଭି ଶୁରୁ ହୁଇ ହୈ ମିସେସ ଓ ମିଷ୍ଟର ଶୌରା ଅରବାଜ ଖାନ… ’।

ଏହି ଭିଡିଓ ବିବାହ ପୂର୍ବରୁ ହୋଇଥିବା ଜଣାପଡିଛି, ଯେଉଁଠାରେ ରବିନା ଅରବାଜ ଖାନଙ୍କ ସହ ପାର୍ଟି କରୁଥିବା ନଜର ଆସିଛନ୍ତି। ଭିଡିଓରେ ଉଭୟ ‘ଅଭି ତୋ ପାର୍ଟି ଶୁରୁ ହୁଇ ହୈ’ ଗୀତରେ ଜୋରରେ ନାଚୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୁଛି। ତାଙ୍କର ଦ୍ୱିତୀୟ ବିବାହ ପାଇଁ ପ୍ରଶଂସକମାନେ କ୍ରମାଗତ ଭାବରେ ଅରବାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଶୌରା ଖାନ ରବିନା ଟଣ୍ଡନ ଏବଂ ତାଙ୍କ ରାଶା ଥାଡାନୀଙ୍କ ମେକଅପ ଆର୍ଟିଷ୍ଟ ରହି ଆସିଛନ୍ତି। ସେମାନଙ୍କ ବିବାହରେ ତାଙ୍କ ଝିଅ ରାଶା ଥାଡାନୀଙ୍କ ସହ ଫୁଲ ଗେଟଅପରେ ରବିନା ଟଣ୍ଡନ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଠାରେ ମା ଏବଂ ଝିଅ ସମାନ ଶରାରା ପିନ୍ଧିଥିବାର ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri