Posted inଖେଳ

ଅରାଇଜିତ୍‌ଙ୍କ ହ୍ୟାଟ୍ରିକ୍‌: ବିଜୟରୁ ଭାରତର ଅଭିଯାନ

କୁଆଲାଲମ୍ପୁର,୬ା୧୨(ପି.ଟି.):ମାଲେସିଆରେ ଆରମ୍ଭ ହୋଇଥିବା ପୁରୁଷ ଜୁନିୟର ହକି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଫରଓ୍ବାର୍ଡ ଅରାଇଜିତ୍‌ ସିଂ ହୁଣ୍ଡାଲଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ୪-୨ରେ କୋରିଆକୁ ପରାସ୍ତ କରିଛି। ଅରାଇଜିତ୍‌ ୧୧, ୧୬ ଓ ୪୧ ମିନିଟରେ ୩ ଗୋଲ ଦେଇଥିବା ବେଳେ ଅମନଦୀପ୍‌ ୩୦ ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ। କୋରିଆ ପକ୍ଷରୁ ଡୋୟୁନ୍‌ ଲିମ୍‌(୩୮) ଓ ମିଙ୍କଓନ୍‌ କିମ୍‌ ୪୫ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବୁକିତ୍‌ ଜଲିଲର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପକ୍ଷରୁ ଅରାଇଜିତ ଚମତ୍କାର ପ୍ରଦର୍ଶନ କରିଥିଲେ।
ଆରମ୍ଭରୁ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳ ସ୍କୋର କରିବା ପାଇଁ ଉଦ୍ୟମ କରିଥିବା ବେଳେ ୧୧ତମ ମିନିଟରେ ଅରାଇଜିତ ପ୍ରଥମ ଗୋଲ ଦେଇଥିଲେ। ପେନାଲ୍ଟି କର୍ନରରୁ ସେ ଭାରତକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ମିନିଟରେ ଅରାଇଜିତ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ବବିଙ୍କ ଆଟାକିଂ ରନ୍‌ର ଫାଇଦା ଉଠାଇ ଅରାଇଜିତ ଗୋଲ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ଠିକ୍‌ ପୂର୍ବରୁ ଅମନଦୀପ୍‌ ଭାରତ ପାଇଁ ତୃତୀୟ ଗୋଲ ଦେଇଥିଲେ। ୨୯ ତମ ମିନିଟରେ ପେନାଲ୍ଟି କର୍ନରରୁ ଗୋଲ ରୋକିବାରେ ସମର୍ଥ ହୋଇଥିଲା କୋରିଆ। ତେବେ ଏହାର ୧ ମିନିଟ ମଧ୍ୟରେ ଅମନଦୀପ ଭାରତକୁ ୩-୦ରେ ଆଗୁଆ କରିଥିଲେ।
ତୃତୀୟ କ୍ୱାର୍ଟରରେ କୋରିଆ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହିତ ୩୮ ତମ ମିନିଟରେ କୋରିଆ ପକ୍ଷରୁ ଡୋୟୁନ୍‌ ଲିମ୍‌ ଏକ ଗୋଲ ପରିଶୋଧ କରିଥିଲେ। ଏହାର ୩ ମିନିଟରେ ଅରାଇଜିତ ନିଜର ହ୍ୟାଟ୍ରିକ୍‌ ପୂରଣ କରିଥିଲେ। ତେବେ ୪୧ ତମ ମିନିଟରେ ଅଧିନାୟକ ଉତ୍ତମ ସିଂଙ୍କୁ ଗ୍ରୀନ୍‌ କାର୍ଡ ଓ ରୋହିତଙ୍କୁ ୟେଲୋ କାର୍ଡ ମିଳିଥିଲା। ଉଭୟ ଖେଳାଳିଙ୍କୁ ୫ ମିନିଟରେ ପଡିଆ ଛାଡିବାକୁ ପଡିଥିଲା। ଏହାର ଫାଇଦା ଉଠାଇ ମିଙ୍କଓନ୍‌ କିମ୍‌ କୋରିଆ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ। ଅନ୍ତିମ କ୍ୱାର୍ଟର ଗୋଲଶୂନ୍ୟ ରହିବା ସହ ଭାରତ ୪-୨ରେ ମ୍ୟାଚ୍‌କୁ ଜିତି ନେଇଥିଲା। ଭାରତ ଗୁରୁବାର ଦ୍ୱିତୀୟ ମ୍ୟାଚ୍‌ରେ ସ୍ପେନ୍‌କୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri