୧୨ ବର୍ଷରେ ପହଞ୍ଚିଲେ ଆରାଧ୍ୟା, ମା’ ଐଶ୍ୱର୍ଯ୍ୟା- ବାପା ଅଭିଷେକ ଲେଖିଲେ ଏମିତି ମେସେଜ…

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟାଙ୍କୁ ୧୨ ବର୍ଷ ବୟସ ହୋଇଛି। ତେଣୁ କେବଳ ପ୍ରଶଂସକ ନୁହନ୍ତି ତାଙ୍କ ପରିବାର ମଧ୍ୟ ତାଙ୍କୁ ସ୍ବତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯଦିଓ ଆରାଧ୍ୟାଙ୍କ ଜନ୍ମ ନଭେମ୍ବର ୧୬ରେ ଥିଲା ତେବେ ଆଜି ତାଙ୍କର ଫଟୋ ଭାଇରାଲ ହେଉଛି। ଆରାଧ୍ୟାଙ୍କ ମା-ବାପା ଝିଅର ଜନ୍ମଦିନରେ କିଛି ସୁନ୍ଦର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Abhishek Bachchan is filled with pride and love for wife Aishwarya Rai and daughter Aaradhya in this pic | Celebrities News – India TV

ଅଭିଷେକ ଝିଅ ଆରାଧ୍ୟାଙ୍କ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଆରାଧ୍ୟାଙ୍କୁ ଧରି ବସିଥିବା ନଜର ଆସିଛନ୍ତି। ଫଟୋରେ ଆରାଧ୍ୟା ଏକ ଧଳା ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହା ସହିତ ଅଭିଷେକ କ୍ୟାପ୍‌ଶନରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋର ଛୋଟ ରାଜକୁମାରୀ! ମୁଁ ତୁମକୁ ସବୁଠୁ ଅଧିକ ଭଲ ପାଏ।’

ସେହିପରି ମା’ ଐଶ୍ୱର୍ଯ୍ୟା ମଧ୍ୟ ଝିଅର ଫଟୋ ଶେୟାର କରି ଲେଖିଛନ୍ତି, ମୁଁ ତୁମକୁ ବହୁତ ଭଲ ପାଏ। ସବୁଦିନ ପାଇଁ ଏବଂ ମୋର ପ୍ରିୟ ପରୀ ଆରାଧ୍ୟା ତୁମେ ମୋ’ ଜୀବନର ସମ୍ପୂର୍ଣ୍ଣ ପ୍ରେମ ଏବଂ ମୁଁ ତୁମ ପାଇଁ ନିଃଶ୍ୱାସ ନେଉଛି। ମୋର ପ୍ରାଣ ଏବଂ ଖୁସିର ୧୨ ତମ ଜନ୍ମଦିବସ। ଭଗବାନ ତୁମକୁ ସର୍ବଦା ଆଶୀର୍ବାଦ କରନ୍ତୁ। ତୁମେ ହୋଇଥିବାରୁ ଧନ୍ୟବାଦ।

କହିରଖୁଛୁ, ଐଶ୍ୱର୍ଯ୍ୟା ଏବଂ ଅଭିଷେକ ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ। ୧୬ ନଭେମ୍ବର ୨୦୧୧ରେ ଝିଅ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri