ଆରାଧନାମୁହାଁ ଆଲୁମିନିୟମନଗରୀ

ବଅଁରପାଳ, ୧୭ା୯ (ଉପେନ୍ଦ୍ର ରାଉତ): ରଙ୍ଗିନ ଆଲୋକମାଳାରେ ଝଲସୁଛି ଅନୁଗୋଳର ନାଲ୍‌କୋନଗର। ଚାରିଆଡ଼େ ଉତ୍ସାହ ଉଦ୍ଦୀପନା। ୨ ବର୍ଷ ପରେ ଶନିବାର ଧୁମ୍‌ଧାମରେ ଦେବଶିଳ୍ପୀଙ୍କ ପୂଜା ପାଳନ କରାଯିବାକୁ ଥିବାରୁ ଆରାଧନା ପାଇଁ ପ୍ରସ୍ତୁତ ହୋଇଯାଇଛି ଆଲୁମିନିୟମନଗରୀ। ପୂର୍ବରୁ ଏଠାରେ ୨୩ ମଣ୍ଡପରେ ପୂଜା ହେଉଥିବା ବେଳେ ଚଳିତବର୍ଷ ମଣ୍ଡପ ସଂଖ୍ୟା ୧୮କୁ ହ୍ରାସ ପାଇଛି। ହେଲେ ପୂଜା କମିଟିଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ମନୋଭାବ କମ୍‌ ହୋଇନାହିଁ। ଆକର୍ଷଣୀୟ ମଣ୍ଡପ ଓ ସାଜସଜ୍ଜା କରାଯାଇଥିବା ବେଳେ ୨୩ ତାରିଖ ଭସାଣି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଚଳିତବର୍ଷ ନାଲ୍‌କୋନଗରର ପଟ୍‌ଲଇନ, କାଷ୍ଟ ହାଉସ ଏ, କାଷ୍ଟ ହାଉସ ବି, ରୋଡିଂଶପ୍‌-୨, ସିପିପି ଅପରେଶନ, ଷ୍ଟୋର ପରଜେସ, ସିଭିଲ୍‌, ଠିକାଦାର ସଂଘ, ମୋବାଇଲ ଶପ୍‌, ଆର୍‌ପିୟୁ, ସିପିପି ମେକାନିକାଲ, ଇଲେକ୍ଟ୍ରିକାଲ, ଟାଉନଶିପ୍‌ ଇଲେକ୍ଟ୍ରିକାଲ, ପମ୍ପ୍‌ ହାଉସ ଆଦି ପୂଜା କମିଟି ପକ୍ଷରୁ ପୂଜା ପାଳନ କରାଯିବ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଛି। ମଣ୍ଡପଗୁଡ଼ିକରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ସ୍ଥାପନ ଓ ଆଲୋକ ସାଜସଜ୍ଜା ସମାପନ ହୋଇଛି। ଏପରି କି ରାତିରେ ଆଲୋକମାଳାରେ ନାଲକୋନଗର ଝଲସି ଉଠୁଛି। ବିଶେଷକରି ନାଲ୍‌କୋ କମ୍ୟୁନିଟି ସେଣ୍ଟରଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାରେ ଲାଇଟ୍‌ ତୋରଣମାନ ଲାଗିଛି। ମହାମାରୀ କରୋନା ପାଇଁ ଗତ ୨ ବର୍ଷ ହେଲା ପୂଜା ହୋଇ ନ ଥିବାରୁ ଏଥର ଅତି ଆଡ଼ମ୍ବରରେ ପୂଜା ପାଳନ କରାଯିବାକୁ ଥିବାରୁ ଅଞ୍ଚଳବାସୀ ଆନନ୍ଦର ସହ ଏହାକୁ ଅପେକ୍ଷା କରିଛନ୍ତି। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବାର ଯୋଜନା ରହିଛି। ସେହିପରି ମିନାବଜାର, ଦୋଳି ଆଦି ପାଇଁ ଅନୁମତି ଦିଆଯାଇ ନ ଥିବାରୁ ଏହା ଗିରାଙ୍ଗ ଛକଠାରେ ପଡ଼ିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri