କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ ପଡିଛନ୍ତି। ଆହତ ଦୁଇଜଣ ହେଲେ କୁକୁରଗୁଡ଼ା ଗ୍ରାମର ୟୁସାଇ ଶବର(୧୯)ଏବଂ ବାଇନା ପଦର ଗ୍ରାମର ପି ରବୀନ୍ଦ୍ର (୨୬) ବୋଲି ଜଣା ପଡିଛି। ଉଭୟେ କୌଣସି କାମରେ ଗୁଣପୁର ଆସିଥିବା ବେଳେ ନିଜ ଗ୍ରାମକୁ ଫେଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ କାର ସହ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିଲା। ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ ପଡ଼ିଥିବା ବେଳେ ଦୁହିଁଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

Share