ବିବାହର ୧୮ ବର୍ଷ ପରେ ପ୍ୟାରେଣ୍ଟସ ହେଲେ ଏହି କପଲ

ମୁମ୍ବାଇ: ଶାହାରୁଖ ଖାଁ ଓ ମହିମା ଚୌଧୁରୀ ଷ୍ଟାରର ମୁଭି ‘ପରଦେଶ’ରେ ରାଜୀବ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏବେ ପିତା ହୋଇଛନ୍ତି । ନିକଟରେ ଅଭିନେତା ତାଙ୍କ ଜନ୍ମଦିନରେ ଏହି ଖୁସି ଖବର ଦେଇଥିଲେ । ଅପୂର୍ବ ଅଗ୍ନିହୋତ୍ରୀ ଓ ଅଭିନେତ୍ରୀ ଶିଳ୍ପା ସକଲାନି ବିବାହର ୧୮ ବର୍ଷ ପରେ ପ୍ୟାଣ୍ଟେସ ହୋଇଛନ୍ତି । ଉଭୟ ଗ୍ଲାମର ୱାର୍ଲଡର ଚର୍ଚ୍ଚିତ କପଲ ମଧ୍ୟରୁ ଅନ୍ୟତମ । ଆଉ କିଛିଦିନ ହେବ ଉଭୟ ଡ୍ରଗ୍ସ ମାମଲାକୁ ନେଇ ବି ରହିଥିଲେ ଖୁବ୍ ଚର୍ଚ୍ଚାରେ । ଯାହାହେଉ ଏବେ କିନ୍ତୁ ଅପୂର୍ବ ଓ ଶିଳ୍ପାଙ୍କର ଭଲ ସମୟ ଚାଲିଛି । କାରଣ ଉଭୟ ପ୍ରଥମଥର ଲାଗି ମାତାପିତା ହୋଇଛନ୍ତି । ତାହା ପୁଣି ବିବାହର ୧୮ ବର୍ଷ ପରେ ।
ନିକଟରେ ଅଭିନେତା ସୋସିଆଲ ମିଡିଆରେ ଏକ କ୍ୟୁଟ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି । ଏହାସହ ଉକ୍ତ ଭିଡିଓରେ ସେ ତାଙ୍କ ଝିଅକୁ ବି ଦେଖାଇଛନ୍ତି । ଆଉ କ୍ୟାପଶନରେ ଶିଳ୍ପା ଓ ଅପୂର୍ବ ତାଙ୍କର ଖୁସି ଜାହିର କରିଛନ୍ତି । ଏହାସହ ଅଭିନେତା କ୍ୟାପଶନରେ ଲେଖିଛନ୍ତି, ଚଳିତ ବର୍ଷର ଜନ୍ମଦିନ ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ରଖେ କାରଣ ଏଥର ଭଗବାନ ଆମକୁ ସବୁଠାରୁ ନିଆରା, ଅବିଶ୍ୱନୀୟ, ଅଦ୍ଭୁତ, ଚମତ୍କାରୀ ଉପହାର ସହ ଆଶୀର୍ବାଦ ଦେଇଛନ୍ତି । ଅତ୍ୟନ୍ତ ଖୁସିର ସହ ଶିଳ୍ପା ଓ ମୁଁ ଆମ ଝିଅ ଇଶାନୀ କାନୁ ଅଗ୍ନିହୋତ୍ରୀଙ୍କୁ ଆପଣଙ୍କ ସହ ପରିଚିତ କରାଉଛୁ । ଦୟାକରି ତାକୁ ଆପଣଙ୍କ ଭଲପାଇବା ଓ ଆଶୀର୍ବାଦରେ ଗାଧୋଇ ଦିଅନ୍ତୁ । ଓଁ ନମୋ ଶିବାୟ ।
ଏହି ଭିଡିଓରେ ଶିଳ୍ପା ତାଙ୍କ ଝିଅ ଇଶାନୀଙ୍କୁ କୋଳରେ ଉଠାଇ ଧରିଥିବା ନଜର ଆସିଛି । ଆଉ ଅପୂର୍ବ ଖୁବ୍ ଭଲପାଇବା ସହ ଝିଅକୁ ଦେଖୁଛନ୍ତି । ଅପୂର୍ବ ଯେମିତି ଏହାକୁ ଶେୟାର କରିଛନ୍ତି କିଛି କ୍ଷଣ ମଧ୍ୟରେ ଶୁଭେଚ୍ଛାର ସୁଅ ଛୁଟିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri