ବିବାହର ୧୮ ବର୍ଷ ପରେ ପ୍ୟାରେଣ୍ଟସ ହେଲେ ଏହି କପଲ

ମୁମ୍ବାଇ: ଶାହାରୁଖ ଖାଁ ଓ ମହିମା ଚୌଧୁରୀ ଷ୍ଟାରର ମୁଭି ‘ପରଦେଶ’ରେ ରାଜୀବ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏବେ ପିତା ହୋଇଛନ୍ତି । ନିକଟରେ ଅଭିନେତା ତାଙ୍କ ଜନ୍ମଦିନରେ ଏହି ଖୁସି ଖବର ଦେଇଥିଲେ । ଅପୂର୍ବ ଅଗ୍ନିହୋତ୍ରୀ ଓ ଅଭିନେତ୍ରୀ ଶିଳ୍ପା ସକଲାନି ବିବାହର ୧୮ ବର୍ଷ ପରେ ପ୍ୟାଣ୍ଟେସ ହୋଇଛନ୍ତି । ଉଭୟ ଗ୍ଲାମର ୱାର୍ଲଡର ଚର୍ଚ୍ଚିତ କପଲ ମଧ୍ୟରୁ ଅନ୍ୟତମ । ଆଉ କିଛିଦିନ ହେବ ଉଭୟ ଡ୍ରଗ୍ସ ମାମଲାକୁ ନେଇ ବି ରହିଥିଲେ ଖୁବ୍ ଚର୍ଚ୍ଚାରେ । ଯାହାହେଉ ଏବେ କିନ୍ତୁ ଅପୂର୍ବ ଓ ଶିଳ୍ପାଙ୍କର ଭଲ ସମୟ ଚାଲିଛି । କାରଣ ଉଭୟ ପ୍ରଥମଥର ଲାଗି ମାତାପିତା ହୋଇଛନ୍ତି । ତାହା ପୁଣି ବିବାହର ୧୮ ବର୍ଷ ପରେ ।
ନିକଟରେ ଅଭିନେତା ସୋସିଆଲ ମିଡିଆରେ ଏକ କ୍ୟୁଟ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି । ଏହାସହ ଉକ୍ତ ଭିଡିଓରେ ସେ ତାଙ୍କ ଝିଅକୁ ବି ଦେଖାଇଛନ୍ତି । ଆଉ କ୍ୟାପଶନରେ ଶିଳ୍ପା ଓ ଅପୂର୍ବ ତାଙ୍କର ଖୁସି ଜାହିର କରିଛନ୍ତି । ଏହାସହ ଅଭିନେତା କ୍ୟାପଶନରେ ଲେଖିଛନ୍ତି, ଚଳିତ ବର୍ଷର ଜନ୍ମଦିନ ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ରଖେ କାରଣ ଏଥର ଭଗବାନ ଆମକୁ ସବୁଠାରୁ ନିଆରା, ଅବିଶ୍ୱନୀୟ, ଅଦ୍ଭୁତ, ଚମତ୍କାରୀ ଉପହାର ସହ ଆଶୀର୍ବାଦ ଦେଇଛନ୍ତି । ଅତ୍ୟନ୍ତ ଖୁସିର ସହ ଶିଳ୍ପା ଓ ମୁଁ ଆମ ଝିଅ ଇଶାନୀ କାନୁ ଅଗ୍ନିହୋତ୍ରୀଙ୍କୁ ଆପଣଙ୍କ ସହ ପରିଚିତ କରାଉଛୁ । ଦୟାକରି ତାକୁ ଆପଣଙ୍କ ଭଲପାଇବା ଓ ଆଶୀର୍ବାଦରେ ଗାଧୋଇ ଦିଅନ୍ତୁ । ଓଁ ନମୋ ଶିବାୟ ।
ଏହି ଭିଡିଓରେ ଶିଳ୍ପା ତାଙ୍କ ଝିଅ ଇଶାନୀଙ୍କୁ କୋଳରେ ଉଠାଇ ଧରିଥିବା ନଜର ଆସିଛି । ଆଉ ଅପୂର୍ବ ଖୁବ୍ ଭଲପାଇବା ସହ ଝିଅକୁ ଦେଖୁଛନ୍ତି । ଅପୂର୍ବ ଯେମିତି ଏହାକୁ ଶେୟାର କରିଛନ୍ତି କିଛି କ୍ଷଣ ମଧ୍ୟରେ ଶୁଭେଚ୍ଛାର ସୁଅ ଛୁଟିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri