ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ ହାଟଡିହୀ ବ୍ଲକର ଜଳକଳଙ୍ଗ ଗ୍ରାମର ରବି ଜେନାଙ୍କ ପୁଅ ମାନସକୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା କହିଛନ୍ତି। ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତ, ଅଭିଯୁକ୍ତ ମାନସ ଘଟଣା ଦିନରୁ ଫେରାର ଥିଲା। ମଙ୍ଗଳବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମାନସ ରହୁଥିବା ସ୍ଥାନରେ ଚଢ଼ାଉ କରି ତାକୁ ଗିରଫ କରାଯାଇଛ। ସୂଚନା ଯୋଗ୍ୟ, କାର୍ଯ୍ୟରତ ଏପିଆର କନେଷ୍ଟବଳଙ୍କୁ ଦୁଇ ଅଭିଯୁକ୍ତ ଦିଲ୍ଲୀପ ନାୟକ ଏବଂ ମାନସ କୁମାର ଜେନା ଆକ୍ରମଣ କରିଥିଲେ l ଫଳରେ ସେମାନଙ୍କ ବିରୋଧରେ ମାମଲା ନଂ ୧୨୯/୨୦୨୬ ରୁଜୁ ହୋଇଥିଲା l ଗତ ୩୧ ମାର୍ଚ୍ଚ ୨୦୨୬ ରେ ଦିଲ୍ଲୀପଙ୍କୁ ପୋଲିସ ଗିରଫ କରିଥିଲା l