Categories: ଜାତୀୟ

ବିଦେଶରେ ପଡି ରହିଛି ତିନି ହଜାରରୁ ଅଧିକ ମୃତଦେହ: ମାଟି ମା’ କୋଳକୁ ଫେରିବାକୁ ରହିଛି ଅପେକ୍ଷା!

ନୂଆଦିଲ୍ଲୀ, ୧୮ ।୯: ପେଟ ପାଟଣା ପାଇଁ ବିଦେଶକୁ ଚାଲି ଯାଇଥିଲେ କେତେକ ଭାରତୀୟ । ପରିବାର ପୋଷିବା ସହ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ଲକ୍ଷ୍ୟ ରଖି ଏମାନେ ସେଠାରେ କାମ କରିବା ଆଶାରେ ଚାଲିଯାଇଥିଲେ । ହେଲେ କିଏ ଜାଣିଥିଲା କିଛି ମାସ ବା କିଛି ବର୍ଷ ଭିତରେ ସେମାନଙ୍କ ପାଇଁ ମାଟି ମା’ କୋଳକୁ ଫେରିବାକୁ ଭାଗ୍ୟରେ ଜୁଟିବ ନାହିଁ । ଏବେ ଏମାନଙ୍କ ମଧ୍ୟରେ କେତେକଙ୍କ ମୃତଦେହ ବିଦେଶରେ ପଡି ରହିଥିବା ବେଳେ ଅପେକ୍ଷା ରହିଛି ମାତୃଭୁମି କୋଳକୁ ଫେରିବାକୁ । ହେଲେ କିଏ ଜାଣିଛି ଏମାନଙ୍କ ଭାଗ୍ୟରେ ଏହା ଯୁଟିବ କି ନା । ଫେବୃୟାରୀରୁ ଅଗଷ୍ଟ ୫ ମଧ୍ୟରେ ହଜାର ହଜାର ସଂଖ୍ୟାରେ ଭାରତୀୟଙ୍କର ବିଦେଶରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଅଧିକାଂଶ ଭାରତୀୟଙ୍କର ଗଲ୍ଡ କଣ୍ଟ୍ରିରେ ମୃତ୍ୟୁ ହୋଇଥିବା କୁହାଯାଉଛି । ହେଲେ କରୋନା ମହାମାରୀ ଓ ଳକ୍ ଡାଉନ ପରେ ମାତ୍ର କତେଜଣଙ୍କ ମୃତଦେହକୁ ଭାରତ ଅଣାଯାଇଥିବା ବେଳେ ଅଧିକାଂଶ ମୃତଦେହ ଏବେବି ଭାରତ ଫେରିବାକୁ ଅପେକ୍ଷା କରି ରହିଛନ୍ତି ବୋଲି ଜଣାପଡିଛି । ଏପଟେ କେନ୍ଦ୍ର ସରକାର କହୁଛନ୍ତି ସମସ୍ତ ମୃତଦେହକୁ ଦେଶକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଫେବୃୟାରୀ ୨୦୨୦ ପୂର୍ବରୁ ଅଧିକାଂଶ ଭାରତୀୟ ଭାରତରୁ ବିଭିନ୍ନ ଦେଶକୁ ଯାତ୍ରା କରିଥିଲେ । ହେଲେ କରୋନା ଓ ଲକ୍ ଡାଉନ ଯୋଗୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇଯିବାରୁ ଯିଏ ଯେଉଁଠି ଥିଲେ ସେହିଠାରେ ରହି ଯାଇଥିଲେ । ଏହାରି ଭିତରେ କେବଳ ୧୦ ଦେଶରେ ୫୨୮୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା କୁହାଗଲା । ଏହା ଫେବୃୟାରୀ ୧ରୁ ଅଗଷ୍ଟ ୧୫ ମଧ୍ୟର ଘଟଣା । କେବଳ ସୌଦି ଆରବରେ ୨୩୬୦ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁଏଇରେ ୧୪୪୧ ଓ କୁଏତରେ ୬୯୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା କୁହାଗଲା । ମୋଟ ୫୨୮୬ ମୃତଦେହ ମଧ୍ୟରୁ କେବଳ ୧୮୦୭ ଜଣଙ୍କ ମୃତ ଦେହ ଭାରତ ଆସିପାରିଥିଲା । କେନ୍ଦ୍ର ସରକାର କହିଛନ୍ତି କେତେକ ମୃତଦେହକୁ ସେମାନଙ୍କ ପରିବାର ସଦସ୍ୟଙ୍କ ଅନୁମତି କ୍ରମେ ସେହିଠାରେ ସଂସ୍କାର କରି ଦିଆଯାଇଛି । ତେବେ ଗଲ୍ଫ କଣ୍ଟ୍ରିରେ ମୃତ ବ୍ୟକ୍ତିଙ୍କ ଶରୀରକୁ କେବଳ କବର ଦେବାର ବ୍ୟବସ୍ଥା ଥିବା ବେଳେ ଅନେକ ଭାରତୀୟ ସେଠାରୁ ସେମାନଙ୍କ ପ୍ରିୟଜନଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି ।

Share