Categories: ଜାତୀୟ

୭,୯୬୫ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ, ବୃଦ୍ଧି ପାଇବ ସେନାର ଶକ୍ତି…

ନୂଆଦିଲ୍ଲୀ,୨।୧୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୭,୯୬୫ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୧୨ଟି ହାଲକା ୟୁଟିଲିଟି ହେଲିକପ୍ଟର, ଶର୍ଟ ରେଞ୍ଜ୍‌ ହଣ୍ଟ୍‌ ମାଉଣ୍ଟ୍‌, ଲାୟନକ୍ସ୍‌ ଫାୟାର କଣ୍ଟ୍ରୋଲ ସିଷ୍ଟମ୍‌ ଏବଂ ଡୋର୍ନିୟର ଏୟାରକ୍ରାଫ୍ଟର ମିଡ୍‌ ଲାଇଫ୍‌ ଅପଗ୍ରେଡ୍‌ କରାଯିବ।

ଏସବୁ ପ୍ରତିରକ୍ଷା ଉପକରଣ ଏବଂ ବିମାନର ଅପଗ୍ରେଡ୍‌ ଭାରତରେ କରାଯିବ। ମେକ୍‌ ଇନ୍‌ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଏହାକୁ ମଞ୍ଜୁରୀ ମିଳିଛି।

ନୌସେନାର ଶକ୍ତି ବୃଦ୍ଧି ପାଇଁ ଭାରତ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ ଦ୍ୱାରା ବିକଶିତ ହୋଇଥିବା ଲାୟନକ୍ସ ଫାୟାର କଣ୍ଟ୍ରୋଲ ସିଷ୍ଟମ କିଣାଯିବ। ସେହିପରି ଏଚ୍‌ଏଏଲ୍‌ଠାରୁ ତଟୀୟ କ୍ଷେତ୍ରରେ ସର୍ଭେଲାନ୍ସ୍‌ କରିବା ଲାଗି ଡୋର୍ନିୟର ଏୟାରକ୍ରାଫ୍ଟର ମିଡ୍‌ ଲାଇଫ୍‌ ଅପଗ୍ରେଡ୍‌ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share