୩୪୫୭ କୋଟିର ୧୮ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ୯ା୬(ବ୍ୟୁରୋ): ରାଜ୍ୟ ସରକାର ୩୪୫୭ କୋଟି ଟଙ୍କାର ୧୮ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏଥିରେ ୧୪,୪୩୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୁରୁବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୧୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍‌ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଉକ୍ତ ପ୍ରକଳ୍ପଗୁଡିକୁ ଅନୁମୋଦନ କରାଯାଇଛି। ସେହି ପ୍ରକଳ୍ପଗୁଡିକ ମଧ୍ୟରୁ ୧୦ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୩ରେ ଆସିଥିଲା। ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲାରେ ଫାର୍ମାସ୍ୟୁଟିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ, ଆପାରେଲ ମେଟାଲ ଡାଉନଷ୍ଟ୍ରିମ୍‌ ଆଦି କ୍ଷେତ୍ରରେ ଉକ୍ତ ଶିଳ୍ପ ପ୍ରକଳ୍ପଗୁଡିକ ସ୍ଥାପନ ହେବ। ଯାଜପୁର ଜିଲା କଳିଙ୍ଗନଗରଠାରେ କାଏଡେରିଜ୍‌ ଇନ୍‌ଫ୍ରାକ୍ଟୋରିଜ୍‌ ଇଣ୍ଡିଆ ଲିମିଟେଡ ୫୦୦ କୋଟି ଟଙ୍କା ବ୍ୟୟରେ ଇସ୍ପାତ(ଆଙ୍କସିଲାରି) କାରଖାନା ସ୍ଥାପନ କରିବ। ଏଥିରେ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଟିଓ୍ବାଇକେ ସେରାମିକ କଳିଙ୍ଗନଗରଠାରେ ୫୭ କୋଟି ଟଙ୍କା ବ୍ୟୟରେ ଇସ୍କାତ(ଆଙ୍କସିିଲାରି) କାରଖାନା ସ୍ଥାପନ କରିବ। ସେଥିରେ ୩୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଖୋର୍ଦ୍ଧାରେ କଡିଆ ଫାର୍ମାସ୍ୟୁଟିକାଲ ଲିମିଟେଡ ୨୦୦ କୋଟି ଟଙ୍କା ବ୍ୟୟରେ ଔଷଧ ତିଆରି ଶିଳ୍ପ ସ୍ଥାପନ କରିବ।ଏଥିରେ ୬୮୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଯାଜପୁର ଜିଲା ବଡ଼ଚଣାଠାରେ ଆବିସ ଏକ୍ସପୋର୍ଟ ଇଣ୍ଡିଆ ଲିମିଟେଡ ୧୬୧.୫୭ କୋଟି ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୮୫୦ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଖୋର୍ଦ୍ଧାଠାରେ ଶ୍ରୀଜୟ ଫଏଲସ ଲିମିଟେଡ ୧୮୫ କୋଟି ଟଙ୍କା ବ୍ୟୟରେ ଆଲୁମିନିୟମ ଡାଉନଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ସ୍ଥାପନ କରିବ। ଏଥିରେ ୧୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ତୋଷାଳି ସିମେଣ୍ଟ ଚୌଦ୍ୱାରଠାରେ ୫୨୫.୪୬ କୋଟି ଟଙ୍କାର ସିମେଣ୍ଟ କାରଖାନା ସ୍ଥାପନ କରିବ। ଏଥିରେ ୧୧୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସୁନ୍ଦରଗଡ଼ ଜିଲାରେ ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପକ୍ଷରୁ ୨୩୫ କୋଟି ଟଙ୍କାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବ। ଏଥିରେ ୧୩୫୦ ଜଣଙ୍କୁ ନିଯୁକ୍ତ ମିଳିପାରିବ। ସୋନୁପର ଜିଲାରେ ଅରୁନ୍ଧତୀ ବାନ୍ଧକଳା ପକ୍ଷରୁ ୫୫ କୋଟି ଟଙ୍କା ବ୍ୟୟରେ ଏକ ଟେକ୍ସଟାଇଲ ମିଲ୍‌ ସ୍ଥାପନ କରାଯିବ। ସେଥିରେ ୯୦୩୫ ଜଣଙ୍କୁ ନିଯୁକ୍ତ ସୁଯୋଗ ମିଳିପାରିବ। ଖୋର୍ଦ୍ଧା ଜିଲାରେ ଓଜିଓ ପକ୍ଷରୁ ୨୦୧ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ୧ ହଜାର ମେଗାଓ୍ବାଟ ବ୍ୟାଟେରି ପ୍ୟାକ୍‌ ୟୁନିଟ ସ୍ଥାପନ କରାଯିବ। ଏଥିରେ ୫୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍‌ଏମ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ୧୬୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍‌(ଆଙ୍କସିଲାରି) ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୧୫୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ସେହିପରି ଯାଜପୁର ଜିଲା ଟମକା ନିକଟରେ ଫେରୋ ଆଲଏଜ କର୍ପୋରେଶନ ପକ୍ଷରୁ ୫୫.୪୦ କୋଟି ଟଙ୍କା ବ୍ୟୟରେ କ୍ରୋମ୍‌ ଓର୍‌ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରାଯିବ। ସେଥିରେ ୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବାକୁ ଥିବାବେଳେ ଇଣ୍ଡାନୋ ଏପିଏଲ୍‌ ପକ୍ଷରୁ ଯାଜପୁର ଜିଲାରେ ୮୦.୫୮ କୋଟି ଟଙ୍କା ବ୍ୟୟରେ ଫେରୋକ୍ରୋମ କାରଖାନା ସ୍ଥାପନ କରାଯିବ, ସେଥିରେ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବଲାଙ୍ଗୀର ଜିଲାରେ ମା’ ଭବାନୀ ଗିନ୍‌ଟେକ ପକ୍ଷରୁ ୧୩୬.୫୦ କୋଟି ଟଙ୍କା ବ୍ୟୟରେ ଆଗ୍ରୋପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯିବ। ଏଥିରେ ୧୫୫ ଜଣଙ୍କୁ ନିଯୁକ୍ତି ଏବଂ ଶ୍ରୀଭାସ ଆଗ୍ରୋ ଇଣ୍ଡିଆ ପକ୍ଷରୁ ୧୨୫ କୋଟି ଟଙ୍କାର ପୁଞ୍ଜିନିିବେଶରେ ଆଗ୍ରୋପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ ହେବ। ସେଥିରେ ୧୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବୌଦ୍ଧ ଜିଲାରେ ଜସଷ୍ଟ୍ରାଇଭ ଇଣ୍ଡଷ୍ଟ୍ରିଜ ଏବଂ ଭିଷ୍ଟା ସ୍ପ୍ରିରିଟସ ପକ୍ଷରୁ ୨୨୫ କୋଟିରେ ଦୁଇଟି ଆଗ୍ରୋପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯିବ। ସେଥିରେ ପ୍ରାୟ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ସୁନ୍ଦରଗଡରେ ରୁଦ୍ରମୁଖୀ ଇନ୍‌ଫ୍ରାକୋନ ପକ୍ଷରୁ ୪୯୪ କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍‌ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୧୪୮ ଜଣଙ୍କୁ ଓ ଚୌଦ୍ୱାର ଶିଳ୍ପାଞ୍ଚଳରେ ରିଲାଏବଲ ସ୍ପଞ୍ଜ ପକ୍ଷରୁ ୬୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍‌ ଡାଉନଷ୍ଟ୍ରିମ୍‌ କାରଖାନା ସ୍ଥାପନ କରାଯିବ। ଏଥିରେ ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri