୩୪୫୭ କୋଟିର ୧୮ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ୯ା୬(ବ୍ୟୁରୋ): ରାଜ୍ୟ ସରକାର ୩୪୫୭ କୋଟି ଟଙ୍କାର ୧୮ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏଥିରେ ୧୪,୪୩୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୁରୁବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୧୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍‌ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଉକ୍ତ ପ୍ରକଳ୍ପଗୁଡିକୁ ଅନୁମୋଦନ କରାଯାଇଛି। ସେହି ପ୍ରକଳ୍ପଗୁଡିକ ମଧ୍ୟରୁ ୧୦ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୩ରେ ଆସିଥିଲା। ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲାରେ ଫାର୍ମାସ୍ୟୁଟିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ, ଆପାରେଲ ମେଟାଲ ଡାଉନଷ୍ଟ୍ରିମ୍‌ ଆଦି କ୍ଷେତ୍ରରେ ଉକ୍ତ ଶିଳ୍ପ ପ୍ରକଳ୍ପଗୁଡିକ ସ୍ଥାପନ ହେବ। ଯାଜପୁର ଜିଲା କଳିଙ୍ଗନଗରଠାରେ କାଏଡେରିଜ୍‌ ଇନ୍‌ଫ୍ରାକ୍ଟୋରିଜ୍‌ ଇଣ୍ଡିଆ ଲିମିଟେଡ ୫୦୦ କୋଟି ଟଙ୍କା ବ୍ୟୟରେ ଇସ୍ପାତ(ଆଙ୍କସିଲାରି) କାରଖାନା ସ୍ଥାପନ କରିବ। ଏଥିରେ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଟିଓ୍ବାଇକେ ସେରାମିକ କଳିଙ୍ଗନଗରଠାରେ ୫୭ କୋଟି ଟଙ୍କା ବ୍ୟୟରେ ଇସ୍କାତ(ଆଙ୍କସିିଲାରି) କାରଖାନା ସ୍ଥାପନ କରିବ। ସେଥିରେ ୩୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଖୋର୍ଦ୍ଧାରେ କଡିଆ ଫାର୍ମାସ୍ୟୁଟିକାଲ ଲିମିଟେଡ ୨୦୦ କୋଟି ଟଙ୍କା ବ୍ୟୟରେ ଔଷଧ ତିଆରି ଶିଳ୍ପ ସ୍ଥାପନ କରିବ।ଏଥିରେ ୬୮୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଯାଜପୁର ଜିଲା ବଡ଼ଚଣାଠାରେ ଆବିସ ଏକ୍ସପୋର୍ଟ ଇଣ୍ଡିଆ ଲିମିଟେଡ ୧୬୧.୫୭ କୋଟି ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୮୫୦ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଖୋର୍ଦ୍ଧାଠାରେ ଶ୍ରୀଜୟ ଫଏଲସ ଲିମିଟେଡ ୧୮୫ କୋଟି ଟଙ୍କା ବ୍ୟୟରେ ଆଲୁମିନିୟମ ଡାଉନଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ସ୍ଥାପନ କରିବ। ଏଥିରେ ୧୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ତୋଷାଳି ସିମେଣ୍ଟ ଚୌଦ୍ୱାରଠାରେ ୫୨୫.୪୬ କୋଟି ଟଙ୍କାର ସିମେଣ୍ଟ କାରଖାନା ସ୍ଥାପନ କରିବ। ଏଥିରେ ୧୧୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସୁନ୍ଦରଗଡ଼ ଜିଲାରେ ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପକ୍ଷରୁ ୨୩୫ କୋଟି ଟଙ୍କାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବ। ଏଥିରେ ୧୩୫୦ ଜଣଙ୍କୁ ନିଯୁକ୍ତ ମିଳିପାରିବ। ସୋନୁପର ଜିଲାରେ ଅରୁନ୍ଧତୀ ବାନ୍ଧକଳା ପକ୍ଷରୁ ୫୫ କୋଟି ଟଙ୍କା ବ୍ୟୟରେ ଏକ ଟେକ୍ସଟାଇଲ ମିଲ୍‌ ସ୍ଥାପନ କରାଯିବ। ସେଥିରେ ୯୦୩୫ ଜଣଙ୍କୁ ନିଯୁକ୍ତ ସୁଯୋଗ ମିଳିପାରିବ। ଖୋର୍ଦ୍ଧା ଜିଲାରେ ଓଜିଓ ପକ୍ଷରୁ ୨୦୧ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ୧ ହଜାର ମେଗାଓ୍ବାଟ ବ୍ୟାଟେରି ପ୍ୟାକ୍‌ ୟୁନିଟ ସ୍ଥାପନ କରାଯିବ। ଏଥିରେ ୫୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍‌ଏମ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ୧୬୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍‌(ଆଙ୍କସିଲାରି) ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୧୫୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ସେହିପରି ଯାଜପୁର ଜିଲା ଟମକା ନିକଟରେ ଫେରୋ ଆଲଏଜ କର୍ପୋରେଶନ ପକ୍ଷରୁ ୫୫.୪୦ କୋଟି ଟଙ୍କା ବ୍ୟୟରେ କ୍ରୋମ୍‌ ଓର୍‌ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରାଯିବ। ସେଥିରେ ୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବାକୁ ଥିବାବେଳେ ଇଣ୍ଡାନୋ ଏପିଏଲ୍‌ ପକ୍ଷରୁ ଯାଜପୁର ଜିଲାରେ ୮୦.୫୮ କୋଟି ଟଙ୍କା ବ୍ୟୟରେ ଫେରୋକ୍ରୋମ କାରଖାନା ସ୍ଥାପନ କରାଯିବ, ସେଥିରେ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବଲାଙ୍ଗୀର ଜିଲାରେ ମା’ ଭବାନୀ ଗିନ୍‌ଟେକ ପକ୍ଷରୁ ୧୩୬.୫୦ କୋଟି ଟଙ୍କା ବ୍ୟୟରେ ଆଗ୍ରୋପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯିବ। ଏଥିରେ ୧୫୫ ଜଣଙ୍କୁ ନିଯୁକ୍ତି ଏବଂ ଶ୍ରୀଭାସ ଆଗ୍ରୋ ଇଣ୍ଡିଆ ପକ୍ଷରୁ ୧୨୫ କୋଟି ଟଙ୍କାର ପୁଞ୍ଜିନିିବେଶରେ ଆଗ୍ରୋପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ ହେବ। ସେଥିରେ ୧୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବୌଦ୍ଧ ଜିଲାରେ ଜସଷ୍ଟ୍ରାଇଭ ଇଣ୍ଡଷ୍ଟ୍ରିଜ ଏବଂ ଭିଷ୍ଟା ସ୍ପ୍ରିରିଟସ ପକ୍ଷରୁ ୨୨୫ କୋଟିରେ ଦୁଇଟି ଆଗ୍ରୋପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯିବ। ସେଥିରେ ପ୍ରାୟ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ସୁନ୍ଦରଗଡରେ ରୁଦ୍ରମୁଖୀ ଇନ୍‌ଫ୍ରାକୋନ ପକ୍ଷରୁ ୪୯୪ କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍‌ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୧୪୮ ଜଣଙ୍କୁ ଓ ଚୌଦ୍ୱାର ଶିଳ୍ପାଞ୍ଚଳରେ ରିଲାଏବଲ ସ୍ପଞ୍ଜ ପକ୍ଷରୁ ୬୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍‌ ଡାଉନଷ୍ଟ୍ରିମ୍‌ କାରଖାନା ସ୍ଥାପନ କରାଯିବ। ଏଥିରେ ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri