Categories: ଜାତୀୟ

୫ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ: ସୂଚନା ଦେଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି), ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି), ପି.ଭି ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ମନୋଜ ମିଶ୍ର (ଆହ୍ଲାବାଦ ହାଇକୋର୍ଟର ବିଚାରପତି) ଅଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ସୂଚନା ଦେଇଛନ୍ତି।

ଏହାପୂର୍ବରୁ ସେ ପ୍ରୟାଗରେ କହିଥିଲେ ଯେ ସୁପ୍ରିମକୋର୍ଟ କଲେଜିୟମ ଉପରେ ଚେତାବନୀ ଦେଇଛନ୍ତି। ଏହି ଦେଶର ମାଲିକ ହେଉଛନ୍ତି ଏହି ଦେଶର ଲୋକ, ଆମେ ସମସ୍ତେ ସେବକ। ଆମର ମାର୍ଗଦର୍ଶକ ହେଉଛି ସମ୍ବିଧାନ। ସମ୍ବିଧାନ ଅନୁଯାୟୀ ଦେଶ ଚାଲିବ। କେହି କାହାକୁ ଚେତାବନୀ ଦେଇ ପାରିବେ ନାହିଁ। ଆମେ ନିଜକୁ ସେବକ ଭାବରେ ଦେଖୁ।

Share