Categories: ଫୁରସତ

ନୌସେନାରେ ଚାକିରି ଚାହୁଁଥିଲେ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା…

କେବଳ ଜେଇଇ ମେନ୍‌ ମାଧ୍ୟମରେ ଆଇଆଇଟିରେ ଆଡ୍‌ମିଶନ ପାଇବେ ତାହା ନୁହେଁ, ଜଣେ ନୌସେନାରେ ମଧ୍ୟ ଅଧିକାରୀ ହୋଇପାରିବେ। ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ…

ଯୁକ୍ତ ଦୁଇ ପାସ୍‌ ପରେ ଇଞ୍ଜିନିୟରିଂ ପଢୁଥିବା ଛାତ୍ରୀଛାତ୍ର ଜେଇଇ ମେନ୍‌ ପରୀକ୍ଷା ଦେଇଥାନ୍ତି। ଯାହାଦ୍ୱାରା ସେମାନେ ଆଇଆଇଟିରେ ଆଡମିଶନ ପାଇପାରିବେ। କିନ୍ତୁ ଜେଇଇ ମେନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆପଣଙ୍କୁ କେବଳ ଆଇଆଇଟିରେ ଆଡମିଶନ ଦେଇ ନ ଥାଏ ବରଂ ଆପଣଙ୍କୁ ଭାରତୀୟ ନୌସେନାରେ ଜଣେ ଅଧିକାରୀ ଭାବରେ ଚାକିରି ମଧ୍ୟ ଦେଇଥାଏ। ନୌସେନାରେ ଏହି ନିଯୁକ୍ତି ୧୦ ଯୁକ୍ତ ୨ (ବି.ଟେକ୍‌) କ୍ୟାଡେଟ୍‌ ପ୍ରବେଶ ଯୋଜନା ଅଧୀନରେ ୪ ବର୍ଷର ବି-ଟେକ୍‌ ଡିଗ୍ରୀ କାର୍ଯ୍ୟକ୍ରମ ପାଇଁ ଯେଉଁ ପ୍ରାର୍ଥୀମାନେ ଏହାକୁ ସମାପ୍ତ କରନ୍ତି,  ନୌସେନାର ଅଧିକାରୀ ହୋଇପାରନ୍ତି।

ନୌସେନାର ଏହି ନିଯୁକ୍ତି ପାଇଁ ପୁରୁଷ ଏବଂ ମହିଳା ପ୍ରାର୍ଥୀମାନେ ଅବିବାହିତ ହେବା ଉଚିତ। ଏହି ପାଠ୍ୟକ୍ରମ ସମାପ୍ତ କରିବା ପରେ, ପ୍ରାର୍ଥୀମାନେ କାର୍ଯ୍ୟନିର୍ବାହୀ ଏବଂ ବୈଷୟିକ ଶାଖା ପାଇଁ ଅଧିକାରୀ ପଦରେ ନିଯୁକ୍ତି ପାଇଥାନ୍ତି। ମନୋନୀତ ପ୍ରାର୍ଥୀମାନେ ସୌସେନାର ଆବଶ୍ୟକତା ଅନୁଯାୟୀ, ଆପ୍ଲାଏଡ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ କିମ୍ବା ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ ୪ ବର୍ଷର ବି.ଟେକ୍‌ ପାଠ୍ୟକ୍ରମ ପାଇଁ କ୍ୟାଡେଟ ଭାବରେ ଅନ୍ତର୍ଭୁକ୍ତ ଅଟନ୍ତି। ଏହି ପାଠ୍ୟକ୍ରମ ଶେଷ ହେବା ପରେ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ବି.ଟେକ ଡିଗ୍ରୀ ହାସଲ କରିବାକୁ ପଡ଼ିବ।

ପ୍ରାର୍ଥୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ (PCM) ରେ ଅତି କମ୍‌ରେ ୭୦% ମାର୍କ ଏବଂ କୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡରୁ ଇଂରାଜୀରେ ଅତି କମ୍‌ରେ ୫୦% ମାର୍କ ରଖି ଦଶମ, ଦ୍ୱାଦଶ ଶ୍ରେଣୀରେ ପାସ କରିଥିବା ଆବଶ୍ୟକ। ଏହା ସହିତ, ପ୍ରାର୍ଥୀ JEE (Main) – ୨୦୨୩ ପରୀକ୍ଷା (B.E./B.Tech) କରିଥିବା ଜରୁରୀ। ସର୍ଭିସେସ ସିଲେକସନ ବୋର୍ଡ ପାଇଁ କଲ JTA (Main) ଅଲ୍‌ ଇଣ୍ଡିଆ କମନ ର଼୍ୟାଙ୍କ ତାଲିକା (CRL) – ୨୦୨୩ ଆଧାରରେ ଜାରି କରାଯିବ।

ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ଇ-ମେଲ ଏବଂ ଏସ୍‌ଏମ୍‌ ମାଧ୍ୟମରେ ଏସ୍‌ଏସ୍‌ବି ସାକ୍ଷାତକାର ପାଇଁ ସେମାନଙ୍କ ଚୟନ ବିଷୟରେ ସୂଚନା ଦିଆଯିବ। ଏସ୍‌ଏସ୍‌ବି ମାର୍କ ଆଧାରରେ ମେରିଟ ତାଲିକା ପ୍ରସ୍ତୁତ ହେବ। ଡାକ୍ତରୀ ପରୀକ୍ଷାରେ ଫିଟ୍‌ ଘୋଷିତ ପ୍ରାର୍ଥୀଙ୍କ ପାଇଁ ପୋଲିସ ଯାଞ୍ଚ ଏବଂ ଚରିତ୍ର ଯାଞ୍ଚ କରାଯିବ।

Share