ଅର୍ଚ୍ଚନାଙ୍କୁ ଆଉ ୨ ଦିନ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କୁ ଇଡି ତଦନ୍ତରେ ଆଣି ପଚରାଉଚରା ଚଳାଇଛି। ଏହାରି ମଧ୍ୟରେ ରବିବାର ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ ଅବଧି ସରିଛି। ତାଙ୍କୁ ଗତ ୧୩ ତାରିଖରେ ଇଡି ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା କରୁଥିଲା। ରିମାଣ୍ଡ ଅବଧି ସରିଯାଇଥିବାରୁ ସୋମବାର ଅର୍ଚ୍ଚନା କୋର୍ଟରେ ହାଜର ହୋଇଛନ୍ତି। ତେବେ ଇଡି ଆଉ ୨ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିବା ଜଣାପଡିଛି।