୧୧ରୁ ୟୁଜି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୮(ବ୍ୟୁରୋ): ଚଳିତ ବର୍ଷର ୟୁଜି ନାମଲେଖା ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ। www.samsodisha.gov.in ୱେବ୍‌ସାଇଟ ମାଧ୍ୟମରେ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ତେବେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ଛାତ୍ରୀଛାତ୍ରଙ୍କ ନାମ ଲିଷ୍ଟରେ ଥିବ ସେମାନେ ସେପ୍ଟେମ୍ବର ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ।