Categories: ଜାତୀୟ

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯାଇଛି ଯେ, ବ୍ୟକ୍ତିଗfତ ବ୍ୟବହାର, ପରିବାର ସଦସ୍ୟ ଅବା ସମ୍ପର୍କୀୟଙ୍କ ବ୍ୟବହାର ଲାଗି ପାଖରେ ରଖାଯାଇଥିବା କମ୍‌ ପରିମାଣର ମାଦକ ଦ୍ରବ୍ୟକୁ ଅପରାଧ ଭାବେ ବିବେଚନା ନ କରାଯାଉ। ଏହାର କିଣିବାକୁ ମଧ୍ୟ ଅପରାଧ ମୁକ୍ତ କରାଯାଇ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀ ଯୁକ୍ତି ଦର୍ଶାଇଛନ୍ତି ଯେ, ଏନ୍‌ଡିପିଏସ୍‌ ଅଧିନିୟମର ଦୂରୋପଯୋଗ ଦ୍ୱାରା ଅଭିଯୁକ୍ତ ଯୁବବର୍ଗଙ୍କ ଜୀବନରେ ସୁଧାର ଆସିବା ପରିବର୍ତ୍ତେ ଏହା କଳଙ୍କିତ ହୋଇ ପଡୁଛି।

ଜୟକୃଷ୍ଣ ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ଜାତୀୟ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ ପଦାର୍ଥ (ଏନ୍‌ଡିପିଏସ୍‌) ୧୯୮୫ ଅଧିନିୟମର ଧାରା ୨୧, ୨୭, ୨୭-ଏ, ୩୫, ୩୭ ଏବଂ ୫୪କୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଧାରାଗୁଡ଼ିକ ଉପରେ ତୁରନ୍ତ ରୋକ ଲଗାଇବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ସିବିଆଇ କିମ୍ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏନସିବିର ଆଞ୍ଚଳିକ ମୁଖ୍ୟ ୧୮ କୋଟି ଟଙ୍କା ଚୋରାଚାଲାଣ ରାକେଟ ଅଭିଯୋଗର ଯାଞ୍ଚ ନିରପେକ୍ଷ ଭାବେ କରିବା ଲାଗି ଆବେଦନରେ ଉଲ୍ଲେଖ କରାଯାଇଛି।

ସେ ଯୁକ୍ତି ବାଢ଼ିଛନ୍ତି ଯେ, କେତେକ ବ୍ୟବସ୍ଥାର ପରିସର ବ୍ୟାପକ ଏବଂ ଏହାକୁ କାର୍ଯ୍ୟକାରୀ ଏଜେନ୍ସି ଦ୍ୱାରା ଅପବ୍ୟବହାର କରାଯିବାର ଆଶଙ୍କା ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି।

Share