ଆଜିଠାରୁ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ନାମଲେଖା ପାଇଁ ବୁଧବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ସାମ୍ସ ପୋର୍ଟାଲ www.samsodisha.gov.inରେ ଅଗଷ୍ଟ ୧୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ। ଅଗଷ୍ଟ ୧୭ରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ରମାନେ ୧୯ରୁ ୨୫ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୨ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ୫ରୁ ୭ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ର ନାମଲେଖାଇବେ। ତେବେ ସିଟ୍‌ ଖାଲି ରହିଲେ, ୧୩ ତାରିଖରେ ସ୍ପଟ୍‌ ସିଲେକ୍ସନ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ୧୩ରୁ ୧୪ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ପାଇଁ ଉକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଞ୍ଜୀକରଣ କରିବେ। ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ଚୂଡ଼ାନ୍ତ ସ୍ପଟ୍‌ ତାଲିକା ପ୍ରକାଶ ପାଇବ। ୧୫ରୁ ୧୬ ତାରିଖ ସନ୍ଧ୍ୟା ୫ଟାରେ ସ୍ପଟ୍‌ ନାମଲେଖା ହେବ।

Share