୨୭ରୁ ଡିପ୍ଲୋମା ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ପଲିଟେକ୍‌ନିକ୍‌ ଏବଂ ଡିପ୍ଲୋମା କଲେଜରେ ୨୦୨୨-୨୩ ଶିକ୍ଷାବର୍ଷରେ ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରୀଛାତ୍ରମାନେ ଆସନ୍ତା ୨୭ ତାରିଖରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ)ରେ ଆବେଦନ କରିପାରିବେ । ପରେ ୨୫ ଜୁଲାଇ ସୁଦ୍ଧା ଡକ୍ୟୁମେଣ୍ଟ ଯାଞ୍ଚ ହେବ । ଅଗଷ୍ଟ ୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅଗଷ୍ଟ ୫ରୁ ୧୦ ତାରିଖ ଚଏସ ଫିଲିଂ କରିବେ ଅଗଷ୍ଟ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଅଗଷ୍ଟ ୧୮ରୁ ୨୨ ତାରିଖ ଭିତରେ ଅନ୍‌ଲାଇନ୍‌ରେ ଫି ଦାଖଲ ପରେ ୧୯ରୁ ୨୨ ତାରିଖ ଭିତରେ ନାମଲେଖା ହେବ ।