ଆବେଦନକାରୀଙ୍କୁ ଶୋଷୁଛନ୍ତି ଜନସେବା କେନ୍ଦ୍ର

ରସୁଲପୁର,୨୩।୧(ରଞ୍ଜିତ ରାଉତ):ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ପାଇଁ ଅନ୍‌୍‌ଲାଇନ୍‌ ଆବେଦନ ଜାରି ରହିଛି। ରସୁଲପୁର ବ୍ଲକର ୨୮ ପଞ୍ଚାୟତରେ ଅନୂ୍ୟନ ୨ହଜାରରୁ ଊର୍ଦ୍ଧ୍ୱ କାରିଗର ଆବେଦନ କରି ସାରିଲେଣି। ଆବେଦନ ପାଇଁ କାରିଗରମାନେ ଜନସେବା କେନ୍ଦ୍ରର ସହାୟତା ଲୋଡୁଛନ୍ତି। ଜନସେବା କେନ୍ଦ୍ରରେ ମାଗଣାରେ ଆବେଦନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ହେଲେ ଏହି ନିୟମକୁ କେତେକ ଜନସେବା କେନ୍ଦ୍ରରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। କେନ୍ଦ୍ରର ପରିଚାଳକମାନେ ଆବେଦନକାରୀଙ୍କ ପିଛା ୧୦୦ରୁ୨୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଆଦାୟ କରୁଛନ୍ତି। ହେଲେ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆବେଦନକାରୀ ଖୋଲାମେଲାରେ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଆବେଦନ ପାଇଁ ଜନସେବା କେନ୍ଦ୍ର ପରିଚାଳକମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୬୦ଟଙ୍କା ଲେଖାଏ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି। ତେଣୁ ଆବେଦନକାରୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ଜନସେବା କେନ୍ଦ୍ରଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ୧୮ ବର୍ଗର କାରିଗର ଓ କୁଶଳୀ ଆର୍ଟିସିଆନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଯୋଜନାରେ କାଠ କାରିଗର, ଡଙ୍ଗା, ମାଛଧରା ବୋଟ୍‌ କାରିଗର ଓ ଚାଳକ, ରାଜମିସ୍ତ୍ରି, ବାରିକ, କମାର, କୁମ୍ଭାର, ସୁନାରି, ମୋଚି, ମୂର୍ତ୍ତି କାରିଗର, ପାଛିଆ ବୁଣାଳି, ଖେଳଣା ପ୍ରସ୍ତୁତକାରି, ମାଳୀ, ଧୋବି, ଦରଜି ଓ ମାଛଧରାଳି ଆଦି ବର୍ଗର ପରିବାରର ଲୋକେ ଅନ୍ତର୍ଭୁକ୍ତ ହୋଇପାରିବେ। ଆବେଦନକାରୀଙ୍କ ଦ୍ୱାରା ପଞ୍ଜୀକୃତ ଫର୍ମଗୁଡ଼ିକୁ ଯାଞ୍ଚ କରାଯାଇ ଯୋଗ୍ୟଙ୍କୁ ୬ଦିନିଆ ତାଲିମ ପ୍ରଦାନ କରାଯିବ। ତାଲିମ ସମୟରେ କାରିଗର ପିଛା ଦିନକୁ ୫୦୦ ଟଙ୍କା ଲେଖାଏ ଅର୍ଥରାଶି ଦିଆଯିବ। ୧୫ ହଜାର ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ପ୍ରଦାନ କରାଯିବ। ପରବର୍ତ୍ତୀ ଅବସ୍ଥାରେ ତାଲିମପ୍ରାପ୍ତ କାରିଗରମାନଙ୍କୁ ରିହାତି ଦରରେ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ଏଭଳି ଅନେକ ସୁବିଧା ସୁଯୋଗ ହାତେଇବା ପାଇଁ ବହୁ ସଂଖ୍ୟାରେ ଆବେଦନକାରୀ ଜନସେବାକେନ୍ଦ୍ରକୁ ଯାଇ ସେମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ଏ ସମ୍ପର୍କରେ ଯାଜପୁର ଜିଲା ଶିଳ୍ପ କେନ୍ଦ୍ର କଳିଙ୍ଗନଗରର ସହକାରୀ ପରିଚାଳକ ନିରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଯୋଜନାରେ ନାମ ପଞ୍ଜୀକରଣ ପାଇଁ ଆବେଦନକାରୀଙ୍କୁ ଜନସେବା କେନ୍ଦ୍ରରେ କୌଣସି ଦେୟ ଦେବାକୁ ପଡ଼ିବନାହିଁ। ଯେଉଁ କେନ୍ଦ୍ରରେ ଯେତେ ଆବେଦନକାରୀ ନାମ ପଞ୍ଜୀକରଣ କରିବେ ସେହି ହିସାବରେ ଜଣକ ପିଛା ୬୦ଟଙ୍କା ହିସାବରେ ପାଉଣା ସରକାର ପୈଠ କରିବେ। ଏପରି କି ଆବେଦନକାରୀଙ୍କଠାରୁ ଅର୍ଥ ଆଦାୟ କରାଯିବା ବେଆଇନ। ଏନେଇ ସେ କେତେକ ଅଭିଯୋଗ ପାଇଛନ୍ତି ବୋଲି ସ୍ବୀକାର କରିବା ସହ ଏ ଦିଗରେ ଯାଜପୁର ଜିଲାପାଳଙ୍କୁ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ ପକ୍ଷରୁ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri