Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆପଲ ସିଇଓ ଟିମ କୁକ୍‌

ନୂଆଦିଲ୍ଲୀ,୧୯।୪: ଭାରତ ଗସ୍ତରେ ଆସିଥିବା ଆପଲ ସିଇଓ ଟିମ କୁକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ଭେଟିଛନ୍ତି। ଭାରତ ଗସ୍ତ ସମୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଟିମ କୁକ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟିମ କୁକ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ଆପଲ ସମଗ୍ର ଭାରତରେ ବିସ୍ତାର ସହିତ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକ ବିଷୟରେ ଟିମ କୁକ ଟୁଇଟ୍‌ କରି କହିଛନ୍ତି, ଭାରତର ଭବିଷ୍ୟତ ଉପରେ ଟେକ୍ନୋଲୋଜିର ସକରାତ୍ମକ ପ୍ରଭାବ ବିଷୟରେ ଆମେ ଆପଣଙ୍କ ଦୃଷ୍ଟିକୋଣ ବାଣ୍ଟୁ। ଶିକ୍ଷା ଏବଂ ବିକାଶକାରୀଙ୍କ ଠାରୁ ଉତ୍ପାଦନ ଏବଂ ପରିବେଶ ପର୍ଯ୍ୟନ୍ତ, ଦେଶରେ ଆପଲ ବୃଦ୍ଧି ସହ ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ।

Share