Categories: ଜାତୀୟ

ପାର୍ଲାମେଣ୍ଟରେ ପିଟିଶନ ପାଇଁ ନାଗରିକଙ୍କୁ କ୍ଷମତା ମିଳିବା ନେଇ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୮।୧: ପାର୍ଲାମେଣ୍ଟରେ ପିଟିଶନ ଦାୟର ଲାଗି ନାଗରିକମାନଙ୍କୁ କ୍ଷମତା ମିଳିବା ନେଇ  କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଶୁକ୍ରବାର ଜଷ୍ଟିସ କେ.ଏମ୍‌ ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା। ଆବେଦନର ଏକ କପି ସରକାରଙ୍କ ଓକିଲଙ୍କୁ ପ୍ରଦାନ  ଲାଗି ଖଣ୍ଡପୀଠ ଆବେଦନକାରୀ କରନ ଗର୍ଗଙ୍କୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ଫେବୃୟାରୀକୁ ଧାର୍ଯ୍ୟ କରିଛନ୍ତି।

Share