ଘରଟିଏ ପାଇଁ ପ୍ରଶାସନକୁ ନିବେଦନ

ପିପିଲି,୨୪।୨(ଡି.ଏନ୍‌.ଏ.): ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତ ୧୪ ନଂ. ୱାର୍ଡ ମଠ ସାହିର ବୃଦ୍ଧା ପ୍ରମିଳା ସ୍ବାଇଁ(୭୨)ଙ୍କ ନିଜସ୍ବ ଘର ନାହିଁ। ସେଥିପାଇଁ ସେ ସାହିଠାରୁ କିଛି ଦୂରରେ ତମ୍ବୁ ଟାଣି ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ରହି ଆସୁଛନ୍ତି। ହେଲେ ଦିନ ଦ୍ୱିପ୍ରହରରେ କୁଡ଼ିଆ ଭିତରକୁ ସାପ, ବେଙ୍ଗ ପଶିଯାଉଥିବାବେଳେ କୁକୁର ହାଣ୍ଡିରୁ ଭାତ ଖାଇ ଦେଉଥିବା ପ୍ରମିଳା କହିଛନ୍ତି। ପ୍ରମିଳାଙ୍କୁ ସରକାରୀ ବିଧବା ଭତ୍ତା ଓ ରାଶନ ମିଳୁଥିଲେ ମଧ୍ୟ ଘରଟିଏ ନ ଥିବାରୁ ତମ୍ବୁ ଟାଣି ରହିବାକୁ ପଡୁଥିବାବେଳେ ବର୍ଷା ଦିନେ ହଇରାଣ ହେଉଛନ୍ତି। ତାଙ୍କୁ ଏକ ଘର ଯୋଗାଇ ଦେବାକୁ ଗଣମାଧ୍ୟମ ଆଗରେ ପ୍ରଶାସନକୁ ନିବେଦନ କରିଛନ୍ତି।