ଉକମ୍ବା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ ନିବେଦନ

ଗୁଣପୁର,୮।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁରଠାରୁ ମାତ୍ର ୧୪ କି.ମି. ଦୂର ଉକମ୍ବାଠାରେ ରହିଛି ବହୁ ପୁରୁଣା ଏୟାରଷ୍ଟ୍ରିପ୍‌। ଏହା ଜୟପୁର ବିମାନବନ୍ଦରଠାରୁ ୧୯୪ କି.ମି. ଏବଂ ବିଶାଖାପାଟଣା ବିମାନବନ୍ଦର ଠାରୁ ୨୨୧ କି.ମି. ଦୂରରେ ରହିଛି। ଏହି ପୁରାତନ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ ଜିଆଇଇଟି (ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ବିଶ୍ୱବିଦ୍ୟାଳୟର ସଭାପତି ସତ୍ୟପ୍ରକାଶ ପଣ୍ଡା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଏବଂ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କୁ ମଙ୍ଗଳବାର ଚିଠି ଲେଖି ନିବେଦନ କରିଛନ୍ତି। ରାୟଗଡ଼ା ଜିଲାରେ ବିଭିନ୍ନ କଳ କାରଖାନା, ଶିକ୍ଷାନୁଷ୍ଠାନ ସହ ଘରୋଇ ଜିଆଇଇଟି ବିଶ୍ୱବିଦ୍ୟାଳୟ ରହିଛି। ଦେଶ ଓ ବିଦେଶରୁ ଛାତ୍ରୀଛାତ୍ର ଆସି ଏଠାରେ ପଢ଼ୁଛନ୍ତି। ଏହି ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ହେଲେ ଅଞ୍ଚଳର ବିକାଶ ଘଟିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବହୁ ବର୍ଷ ପୂର୍ବରୁ ଉକମ୍ବା ଏୟାରଷ୍ଟ୍ରିପ୍‌ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଭିଆଇପି ଏବଂ ଭିଭିଆଇପିଙ୍କ ପାଇଁ ବ୍ୟବହାର କରାଯାଉଥିଲା। ଏଠରେ ଛୋଟ ବିମାନ ଅବତରଣ କରୁଥିଲା। ଗତ କିଛି ବର୍ଷ ହେଲା ଏୟାରଷ୍ଟ୍ରିପ୍‌ ଅଞ୍ଚଳକୁ ଲୋକେ ଚାଷବାସ ପାଇଁ ବ୍ୟବହାର କରି ଆସୁଥିଲେ। ଏବେ ସ୍ଥାନୀୟ ପ୍ରଶାସନ ଉକ୍ତ ଜମିରୁ ଜବରଦଖଲ ହଟାଇଛି। ଦେଶରେ ଏବଂ ବିଶେଷକରି ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ର ଦ୍ରୁତଗତିରେ ବିସ୍ତାର କରୁଛି। ଏଥିପାଇଁ ଅଧିକ ପାଇଲଟଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ବିମାନଗୁଡ଼ିକର ମରାମତି ପାଇଁ ତାଲିମପ୍ରାପ୍ତ ଇଞ୍ଜିନିୟରଙ୍କ ମଧ୍ୟ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ବି. ଟେକ୍‌ ପିଲାଙ୍କୁ ଏୟାରକ୍ରାଫ୍ଟ ମରାମତି ତାଲିମ ଦେବା ପାଇଁ ଯୋଜନା କରିଛି। ଏହି ପାଠ୍ୟକ୍ରମ ଆରମ୍ଭ ପାଇଁ ଏକ ଏୟାରଷ୍ଟ୍ରିପ୍‌ର ଆବଶ୍ୟକତା ରହିଛି। ସରକାର ଚାହିଁଲେ ‘ଉଡ଼ାଣ’ ଯୋଜନା ମାଧ୍ୟମରେ ଜନସାଧାରଣଙ୍କ ନିମନ୍ତେ ଭୁବନେଶ୍ୱର-ଗୁଣପୁର-ବିଶାଖାପାଟଣା ପାଇଁ ଛୋଟ ବିମାନ କରିିପାରିବ। ସେହିପରି ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳରେ ଗମନାଗମନ, ବାଣିଜ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିବ। ଏହା ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ ବୋଲି ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ପଣ୍ଡା ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅଞ୍ଚଳର ଜନସାଧାରଣ ମଧ୍ୟ ଏହି ଏୟାରଷ୍ଟ୍ରିପ୍‌ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri