୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ସମ୍ବିତଙ୍କ ଏପରି ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘୋର ବିରୋଧ କରାଯିବା ସହ ନିନ୍ଦା କରାଯାଇଛି। ଏହି ଅବସରରେ ମଙ୍ଗଳବାର ପୁରୀ ଗସ୍ତରେ ଆସିଥିବା କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ମଧ୍ୟ ସମ୍ବିତଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସମ୍ବିତ ଖାଲି କ୍ଷମା ମାଗିଲେ ଚଳିବ ନାହିଁ, ଭାଜପା ତାଙ୍କୁ ଦଳରୁ ବହିଷ୍କାର କରୁ। ଏଥିସହିତ ୨୪ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ କ୍ଷମା ମାଗନ୍ତୁ ବୋଲି ଖେରା କହିଛନ୍ତି।
ଖେରା ଆହୁରି କହିଛନ୍ତି, ସମ୍ବିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାକୁ ଆଘାତ କରିଛି। ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି। ରାଜନୀତିରେ ଏପରି ଲୋକ ଅଛନ୍ତି ଯେଉଁମାନେ ଭଗବାନ ଏବଂ ଆସ୍ଥାର ଦୁରୁପଯୋଗ କରି ଶାସନକୁ ଆସିବାକୁ ଚାହାନ୍ତି ଏବଂ ପରେ ପୁଣି ସେହି ଆସ୍ଥାକୁ ନେଇ ଥଟ୍ଟା କରିଥାନ୍ତି। ସମ୍ବିତଙ୍କ ମନ୍ତବ୍ୟ ତାଙ୍କ ମାନସିକତା ଓ ତାଙ୍କ ମନର କଥାକୁ ଦର୍ଶାଉଛି। ମହାପ୍ରଭୁ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତି। କାହାର ଆସ୍ଥା ସହ ଖେଳିବା ସମ୍ବିତ ପାତ୍ର କି ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଅଧିକାର ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମାଜର ଭଲ କାର୍ଯ୍ୟ କରିବାକୁ କେହି ମନା କରୁନାହାନ୍ତି। ମାତ୍ର ଭଗବାନଙ୍କ ଯେଉଁ ଅପମାନ କରିଛନ୍ତି, ତାଙ୍କୁ ଜଗନ୍ନାଥଙ୍କ ଅଗଣିତ ଭକ୍ତ କ୍ଷମା ଦେବେ ନାହିଁ। ସମ୍ବିତଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ନିଶ୍ଚିତ ପ୍ରଭାବ ପଡ଼ିବ। ଭାଜପାକୁ ଜନତା ହିଁ ଜବାବ ଦେବେ। ଯଦି ସମ୍ବିତ ପାତ୍ର କଂଗ୍ରେସର ନେତା ହୋଇଥାନ୍ତେ ତେବେ ଏପରି ମନ୍ତବ୍ୟ ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରି ସାରନ୍ତାଣି। ମାତ୍ର ଭାଜପା ଓ ପ୍ରଧାନମନ୍ତ୍ରୀ ଚୁପ ବସିଛନ୍ତି। ପ୍ରଧାନମନ୍ତ୍ରୀ ସାହସର ସହିତ ଭକ୍ତଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ସମ୍ବିତ ପାତ୍ରଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ଖେରା କହିଛନ୍ତି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଜଗନ୍ନାଥ ଭକ୍ତ ହେଲେ ଭକ୍ତମାନେ କୁଆଡ଼େ ଯିବେ ବୋଲି ଶରତ ପ୍ରଶ୍ନ କରିଛନ୍ତି। କୋଟିକୋଟି ଭକ୍ତଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ମୋଦିଙ୍କ ଭକ୍ତ କହିବା ଲଜ୍ଜାଜନକ। ଏହାକୁ କେହି ବରଦାସ୍ତ କରିବେ ନାହିଁ। ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ନିର୍ବାଚନରେ ଦେବେ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri