୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ସମ୍ବିତଙ୍କ ଏପରି ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘୋର ବିରୋଧ କରାଯିବା ସହ ନିନ୍ଦା କରାଯାଇଛି। ଏହି ଅବସରରେ ମଙ୍ଗଳବାର ପୁରୀ ଗସ୍ତରେ ଆସିଥିବା କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ମଧ୍ୟ ସମ୍ବିତଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସମ୍ବିତ ଖାଲି କ୍ଷମା ମାଗିଲେ ଚଳିବ ନାହିଁ, ଭାଜପା ତାଙ୍କୁ ଦଳରୁ ବହିଷ୍କାର କରୁ। ଏଥିସହିତ ୨୪ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ କ୍ଷମା ମାଗନ୍ତୁ ବୋଲି ଖେରା କହିଛନ୍ତି।
ଖେରା ଆହୁରି କହିଛନ୍ତି, ସମ୍ବିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାକୁ ଆଘାତ କରିଛି। ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି। ରାଜନୀତିରେ ଏପରି ଲୋକ ଅଛନ୍ତି ଯେଉଁମାନେ ଭଗବାନ ଏବଂ ଆସ୍ଥାର ଦୁରୁପଯୋଗ କରି ଶାସନକୁ ଆସିବାକୁ ଚାହାନ୍ତି ଏବଂ ପରେ ପୁଣି ସେହି ଆସ୍ଥାକୁ ନେଇ ଥଟ୍ଟା କରିଥାନ୍ତି। ସମ୍ବିତଙ୍କ ମନ୍ତବ୍ୟ ତାଙ୍କ ମାନସିକତା ଓ ତାଙ୍କ ମନର କଥାକୁ ଦର୍ଶାଉଛି। ମହାପ୍ରଭୁ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତି। କାହାର ଆସ୍ଥା ସହ ଖେଳିବା ସମ୍ବିତ ପାତ୍ର କି ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଅଧିକାର ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମାଜର ଭଲ କାର୍ଯ୍ୟ କରିବାକୁ କେହି ମନା କରୁନାହାନ୍ତି। ମାତ୍ର ଭଗବାନଙ୍କ ଯେଉଁ ଅପମାନ କରିଛନ୍ତି, ତାଙ୍କୁ ଜଗନ୍ନାଥଙ୍କ ଅଗଣିତ ଭକ୍ତ କ୍ଷମା ଦେବେ ନାହିଁ। ସମ୍ବିତଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ନିଶ୍ଚିତ ପ୍ରଭାବ ପଡ଼ିବ। ଭାଜପାକୁ ଜନତା ହିଁ ଜବାବ ଦେବେ। ଯଦି ସମ୍ବିତ ପାତ୍ର କଂଗ୍ରେସର ନେତା ହୋଇଥାନ୍ତେ ତେବେ ଏପରି ମନ୍ତବ୍ୟ ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରି ସାରନ୍ତାଣି। ମାତ୍ର ଭାଜପା ଓ ପ୍ରଧାନମନ୍ତ୍ରୀ ଚୁପ ବସିଛନ୍ତି। ପ୍ରଧାନମନ୍ତ୍ରୀ ସାହସର ସହିତ ଭକ୍ତଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ସମ୍ବିତ ପାତ୍ରଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ଖେରା କହିଛନ୍ତି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଜଗନ୍ନାଥ ଭକ୍ତ ହେଲେ ଭକ୍ତମାନେ କୁଆଡ଼େ ଯିବେ ବୋଲି ଶରତ ପ୍ରଶ୍ନ କରିଛନ୍ତି। କୋଟିକୋଟି ଭକ୍ତଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ମୋଦିଙ୍କ ଭକ୍ତ କହିବା ଲଜ୍ଜାଜନକ। ଏହାକୁ କେହି ବରଦାସ୍ତ କରିବେ ନାହିଁ। ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ନିର୍ବାଚନରେ ଦେବେ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri