Categories: ବାଣିଜ୍ୟ

ଆପୋଲୋ ଭୁବନେଶ୍ୱର ଶ୍ରେଷ୍ଠ ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୬।୧୧: ଦି ୱିକ୍‌ ମାଗାଜିନ୍‌ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ‘ବେଷ୍ଟ ମଲ୍ଟି ସ୍ପେଶାଲିଟି ପ୍ରାଇଭେଟ୍‌ ହସ୍ପିଟାଲ ୨୦୨୨’ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଦି ୱିକ୍‌ ପକ୍ଷରୁ ନିୟୋଜିତ ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ବିଗତ ୨ମାସ ଧରି ଏହି ସର୍ବକ୍ଷେଣ କରାଯାଇଥିଲା। ଉକ୍ତ ସର୍ବେକ୍ଷଣରେ ହସ୍ପିଟାଲର ଅନ୍‌ସାଇଟ୍‌ ଆସେସ୍‌ମେଣ୍ଟ ଏବଂ ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଓ ରୋଗୀମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା।
ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସିଓଓ ତଥା ଡିଏମ୍‌ଏସ୍‌ ଡା. ଆଲୋକ ଶ୍ରୀବାସ୍ତବ କହିଛନ୍ତି, ଏଠାରେ କାର୍ଯ୍ୟରତ ସମସ୍ତ ଡାକ୍ତର, ପରାମର୍ଶଦାତା, ସହାୟକ କର୍ମଚାରୀ ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ସାଧୁବାଦ ଜଣାଉଛି। ଏପରିକି କର୍ମଚାରୀମାନଙ୍କୁ ରୋଗୀ ସେବା କ୍ଷେତ୍ରରେ ଧ୍ୟାନଦେବା ଓ ଏକ ଅନୁକମ୍ପା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ଭବିଷ୍ୟତରେ ଏଭଳି ଆହୁରି ଅଧିକ ସମ୍ମାନ ହାସଲ କରିବା ପାଇଁ ପ୍ରୋସତ୍ାହିତ କରିଛନ୍ତି।

Share