Categories: ଜାତୀୟ

ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସବୁଦିନ ପାଇଁ ମନେ ରହିବେ କଲାମ: ମୋଦି

ନୂଆଦିଲ୍ଲୀ,୧୫ ।୧୦: ମିଶାଇଲ ମ୍ୟାନ, ଭାରତ ରତ୍ନ ତଥା ଭାରତର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ୯୦ତମ ଜନ୍ମଦିନରେ ଦେଶ ତାଙ୍କୁ ମନେ ପକାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି କଲାମ ଦେଶବାସୀଙ୍କ ପ୍ରେରଣାର ଉତ୍ସଭାବେ ସବୁଦିନ ପାଇଁ ମନେ ରହିବେ । ଭାରତକୁ ଶକ୍ତ, ସମୃଦ୍ଧିଶାଳୀ ଓ ସମର୍ଥ ବା ପାରଙ୍ଗମ କରିବାକୁ ମିଶାଇଲ ମ୍ୟାନ ତାଙ୍କ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଲୋକଙ୍କ ରାଷ୍ଟ୍ରପତି ଭାବେ ପରିଚିତ ଥିବା କଲାମ ଜଣେ ଏରୋସ୍ପେଶ ସାଇଣ୍ଟିଷ୍ଟ ହୋଇ ଦେଶର ଦୁଇଟି ମୁଖ୍ୟ ରିସର୍ଚ୍ଚ ଅର୍ଗାନାଇଜେଶନ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍ ଡିଓ) ଓ ଇଣ୍ଡିଆନ୍ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ରେ କାମ କରିଛନ୍ତି । ମିଶାଇଲ କ୍ଷେତ୍ରରେ ଭାରତକୁ ତାଙ୍କର ଅବଦାନ ଅତୁଳନୀୟ ।

Share