ଉଦ୍ୟମ ଦିଗରେ ଉଦାସୀନ

ବଇଣ୍ଡା,୧୨।୧୧ (ଡି.ଏନ.ଏ.):  ପାନୀୟ ସମସ୍ୟାର ସମାଧାନ ନିମନ୍ତେ ନିର୍ମାଣ ହେଲା ପାଣି ପ୍ରକଳ୍ପ। ବ୍ୟୟ ହେଲା ଦେଢ଼କୋଟି ଟଙ୍କା। ହେଲେ କାମ ଶେଷ ହେବାର ୩ ବର୍ଷ ପରେ ମଧ୍ୟ ୩ ଗାଁରେ ପହଞ୍ଚିନି ପାଣି। ଏପରି କି ଫିଲ୍‌ଟରଟିଏ ଲଗାଇ ୫ ହଜାର ଲୋକଙ୍କ ଶୋଷ ମେଣ୍ଟାଇବାକୁ ବିଭାଗୀୟ ଅଧିକାରୀଙ୍କ ଆଗ୍ରହ ନାହିଁ। ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବି ସମାଧାନ ନିମନ୍ତେ ପ୍ରଶାସନ ଉଦ୍ୟମ କରିବା ପରିବର୍ତ୍ତେ ଉଦାସୀନ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ପଞ୍ଚାୟତବାସୀ।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ହଣ୍ଡପା ପଞ୍ଚାୟତର ଚାକୁଣ୍ଡାମୁଣ୍ଡା, ଯୋଗୀପଥର ଓ ହଣ୍ଡପା ଗ୍ରାମବାସୀ ବର୍ଷସାରା ପାନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଖରାଦିନେ ଜଳସ୍ତର ହ୍ରାସ ଯୋଗୁ ନଳକୂଅ ଓ ଖୋଲା କୂଅରୁ ଆବଶ୍ୟକ ପାଣି ବାହାରୁ ନାହିଁ। ତେଣୁ ଏଠାକାର ପ୍ରାୟ ୫ ହଜାର ଲୋକଙ୍କୁ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଯୋଗୀପଥର ଡ୍ୟାମ୍‌ ନିକଟରେ ୧ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ କରିଥିଲେ। ୨୦୧୬ ମସିହାରେ ଏହି କାମ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା। ଗଁାରେ ପାଣି ପହଞ୍ଚାଇବା ପାଇଁ ପାଇପ୍‌ ମଧ୍ୟ ବିଛାଯାଇଥିଲା। ହେଲେ ପ୍ରକଳ୍ପର ପାଣିକୁ ଫିଲଟର କରିବା ପାଇଁ ଲାଗିଥିବା ମେଶିନ ଅତି ନିମ୍ନମାନର ଯୋଗୁ ଜଳ ଯୋଗାଣ ସମ୍ଭବ ହୋଇପାରିଲା ନାହିଁ। ଏପରି କି ୧ ମାସ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ଗୋଳିଆ ପାଣି ଯୋଗାଣ ହେଉଥିବାରୁ ବିରୋଧ ଦେଖାଦେଇଥିଲା। ତୁରନ୍ତ ଭଲ ଫିଲ୍‌ଟର ଲଗାଇ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଜଳ ଯୋଗାଣ ପ୍ରକଳ୍ପକୁ ସେବେଠାରୁ ବନ୍ଦ ରଖାଯାଇଛି। ଫଳରେ ସରକାର ଖର୍ଚ୍ଚ କରିଥିବା ଦେଢ଼କୋଟି ଟଙ୍କାର କୌଣସି ସୁଫଳ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଏହି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ହଣ୍ଡପା ଗ୍ରାମବାସୀ ୨ ଜୁନ ୨୦୨୦ ଓ ୨୫ ମାର୍ଚ୍ଚ ୨୦୨୧ରେ ଆଠମଲ୍ଲିକ ବିଧାୟକ, କିଶୋରନଗର ଜଳ ଯୋଗାଣ ବିଭାଗ ଓ ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରକଳ୍ପ କାର୍ଯ୍ୟକ୍ଷମ ଦିଗରେ ସେପରି ଉଦ୍ୟମ କରାଯାଇ ନାହିଁ। ଏହାକୁ ନେଇ ପଞ୍ଚାୟତରେ ଜନଅସନ୍ତୋଷ ତୀବ୍ର ହେଉଥିବାବେଳେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ପାଇଁ ସଜବାଜ ଚାଲିଥିବା ପଞ୍ଚାୟତବାସୀ ପ୍ରକାଶ କରିଛନ୍ତି। ଏ ନେଇ କିଶୋରନଗର ଜଳ ଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ପ୍ରକଳ୍ପ କିଛି ମାସ ଚାଲିଥିଲା। ହେଲେ ଗୋଳିଆ ପାଣି ଆସିବାରୁ ବନ୍ଦ ରଖାଯାଇଛି। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

 

ପଞ୍ଚାୟତରେ ବଢ଼ୁଛି ଅସନ୍ତୋଷ
ସରକାରୀ ଅର୍ଥ ଖର୍ଚ୍ଚର କିଛି ମୂଲ୍ୟ ମିଳୁନାହିଁ। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ପାଣି ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନର ନୀରବତା ଅସନ୍ତୋଷର କାରଣ ହୋଇଛି।
-ଭରତ ଚିରଗୁଣି, ପଞ୍ଚାୟତବାସୀ
ଆରମ୍ଭରୁ ତଦାରଖ କରାଗଲା ନାହିଁ
ରାଜ୍ୟ ରାଜକୋଷରୁ ଯେଉଁ ଉଦ୍ଦେଶ୍ୟରେ ଦେଢ଼କୋଟି ଟଙ୍କା ଖର୍ଚ୍ଚ କରାଗଲା ତାହାର କୌଣସି ସୁଫଳ ଦୃଶ୍ୟମାନ ହେଉନାହିଁ। ନିର୍ମାଣ ଆରମ୍ଭରୁ ବିଭାଗୀୟ ଅଧିକାରୀ ତଦାରଖ କଲେନାହିଁ। ଅଚଳ ଅବସ୍ଥାରେ ଥିବା ଏହି ନୂଆ ପ୍ରକଳ୍ପର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ।
-ରତନ ସାହୁ, ପଞ୍ଚାୟତବାସୀ
ଖୋଲା କୂଅ ଉପରେ ନିର୍ଭରଶୀଳ
ପାନୀୟ ପ୍ରକଳ୍ପକୁ କାର୍ଯ୍ୟକ୍ଷମ ପାଇଁ ଅନେକଥର ଅଭିଯୋଗ କରାଯାଇଛି। ହେଲେ ପ୍ରଶାସନର ଅବହେଳା ଯୋଗୁ ଲୋକଙ୍କୁ ବର୍ଷ ବର୍ଷ ଧରି ଖୋଲା କୂଅ ଉପରେ ନିର୍ଭର କରିବାକୁ ପଡ଼ୁଛି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ।
-ସିପୁନ ପରିଡା, ପଞ୍ଚାୟତବାସୀ
ପ୍ରକଳ୍ପ ହସ୍ତାନ୍ତର କରିନି ଠିକାସଂସ୍ଥା
ଠିକାସଂସ୍ଥା ପଞ୍ଚାୟତକୁ ଏଯାଏ ପ୍ରକଳ୍ପ ହସ୍ତାନ୍ତର କରିନାହିଁ। ଏ ନେଇ ପଞ୍ଚାୟତ ପକ୍ଷରୁ ପୂର୍ବରୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ l ଲୋକଙ୍କ ସମସ୍ୟା ସମାଧାନ ପାଇଁ ପୁଣି ବିଭାଗକୁ ଅବଗତ କରାଯିବ।
-ରଶ୍ମିତା ପ୍ରଧାନ, ହଣ୍ଡପା ସରପଞ୍ଚ
ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ
ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ପ୍ରକଳ୍ପରୁ ଲୋକେ କିଭଳି ପାଣି ପାଇବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବ। ଏ ନେଇ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ ନିମନ୍ତେ ଉଦ୍ୟମ କରାଯିବ।
-ତରଣୀ ସୁନା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri