ଆପାର୍ଟମେଣ୍ଟ ପଞ୍ଜୀକରଣ ବାଟ ଖୋଲିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଗତ ୧ ବର୍ଷ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଖୋଲିଲା। ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ ଅଧ୍ୟାଦେଶ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି।
ଆପାର୍ଟମେଣ୍ଟ ପଞ୍ଜୀକରଣ ବେଳେ ରିୟଲ ଇଷ୍ଟେଟ୍‌ ଅଥରିଟି ଆକ୍ଟ(ରେରା)-୨୦୧୬କୁ ଉଲ୍ଲଂଘନ କରାଯାଉଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଫଳରେ ଗତ ବର୍ଷେ ହେବ ଆପାର୍ଟମେଣ୍ଟ ପଞ୍ଜୀକରଣ ହୋଇପାରୁନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨’କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ବିଧାନସଭା ବଜେଟ ଅଧିବେଶନରେ ଅନୁମୋଦନ ପାଇଁ ଆସିଥିବା ଉକ୍ତ ଅଧିନିୟମ ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨(୧୯୮୪ର ଓଡ଼ିଶା ଧାରା ୧)କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ବିଧାନସଭାର କୌଣସି ଅଧିବେଶନ ନ ଥିବାରୁ ଏହି ନୂଆ ଅଧିନିୟମକୁ ଅଧ୍ୟାଦେଶ ଜରିଆରେ ପ୍ରଣୟନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ରିୟଲ ଇଷ୍ଟେଟ୍‌ (ନିୟମାବଳୀ ଓ ବିକାଶ) ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିବାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକ ଯୋଗୁ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି। ବିକ୍ରୟ କବଲା ପଞ୍ଜୀକୃତ ହେଉ ନ ଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଆପାର୍ଟମେଣ୍ଟକୁ ପ୍ରୋତ୍ସାହନ, ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ଉତ୍ତରାଧିକାରୀ ଓ ହସ୍ତାନ୍ତର ଅଧିକାରକୁ ସୁନିଶ୍ଚିତ କରିବାକୁ ଅଧିନିୟମରେ ବ୍ୟବସ୍ଥା ରହିଛି। ଏଥିରେ ଆପାର୍ଟମେଣ୍ଟ ମାଲିକମାନଙ୍କର କମନ ଏରିଆ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri