ଆପାର୍ଟମେଣ୍ଟ ଭୁଶୁଡ଼ି ୯ ମୃତ, ଜଣେ ନିଖୋଜ

ମସ୍କୋ,୧୯ା୧: ରୁଷିଆର ପ୍ରଶାନ୍ତ ଦ୍ୱୀପ ସଖାଲିନ୍‌ରେ ଥିବା ଏକ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଶନିବାର ଏନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି।

ଜରୁରିକାଳୀନ ସେବା ସୂତ୍ରରୁ ପ୍ରକାଶ ଯେ, ରନ୍ଧନ ଚୁଲିରେ ଲାଗିଥିବା ୨୦ ଲିଟର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଏପରି ଘଟିଛି। ତେବେ ଏନେଇ ଅଧିକ ତଦନ୍ତ କରାଯାଉଛି।

Share