୧୪ରେ କେସିଙ୍ଗା ଗସ୍ତରେ ଯିବେ ଅପରାଜିତା ଷଡ଼ଙ୍ଗୀ

କେସିଙ୍ଗା ,୧୩।୧୧(ଡି.ଏନ୍‌.ଏ.): ଆସନ୍ତା ୧୪ ତାରିଖ ରବିବାର ଭୁବନେଶ୍ୱର ଏମ୍‌ପି ତଥା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ କଳାହାଣ୍ଡିର କେସିଙ୍ଗା ଗସ୍ତରେ ଯିବେ। ଏ ନେଇ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ଏନ୍‌ଏସିର ଭାଜପା ସଭାପତି ପ୍ରଶାନ୍ତ ବାନାର୍ଜୀଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଆମ ପରିବାରର ରାଜ୍ୟ ଆବାହକ ଜୀବନ ସାହୁ, ନିକୁଞ୍ଜ ପଟ୍ଟନାୟକ, ନିଶିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଏମ୍‌ପିଙ୍କ ଗସ୍ତ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ରବିବାର ସକାଳେ ଏମ୍‌ପି ଟ୍ରେନ୍‌ ଯୋଗେ କେସିଙ୍ଗାରେ ପହଞ୍ଚିବେ। ରେଲୱେ ଷ୍ଟେଶନରେ ଓହ୍ଲାଇବା ସମୟରେ ସ୍ବାଗତ ସମ୍ବର୍ଦ୍ଧନା ସହ ଏନ୍‌ଏସ ଗେଷ୍ଟ ହାଉସ ପାଖରେ ‘ଚାୟ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ରହିଛି। ପରେ ଏନଏସିରୁ ପଦଯାତ୍ରାରେ ବାହାରି ତେରାପନ୍ଥ ଭବନରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁର୍ଲା ଯୋରାଡୋବ୍ରା ଠାରେ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।