ଅପରାଜିତା ଶ୍ରେଷ୍ଠ ସାଂସଦ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କୁ ୨୦୨୦ ବର୍ଷ ପାଇଁ ଦେଶରେ ଶ୍ରେଷ୍ଠ ସାଂସଦ(ବେଷ୍ଟ ପାର୍ଲାମେଣ୍ଟାରିଆନ) ମାନ୍ୟତା ମିଳିଛି। ଏସିଆ ପୋଷ୍ଟ ଓ ଫେମେ ଇଣ୍ଡିଆ ପକ୍ଷରୁ ଏମପିମାନଙ୍କର ସଂସଦରେ ଉପସ୍ଥାନ, ବିତର୍କରେ ଭାଗ ନେବା କାର୍ଯ୍ୟଶୈଳୀ, ଲୋକପ୍ରିୟତା ଆଦିକୁ ନେଇ ସର୍ଭେ କରାଯାଇଥିଲା। ଏଥିରେ ସର୍ବଭାରତୀୟ ସ୍ତରରେ ସେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି। ଅପରାଜିତା ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅପରାଜିତା ୨୦୧୯ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଭାଜପାରେ ଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ଭୁବନେଶ୍ୱର ଆସନରୁ ଭାରତୀୟ ଜନତା ପାର୍ଟି ଟିକଟରେ ଏମପି ଭାବେ ନିର୍ବାଚିତ ହୋଇଛନ୍ତି।