କ୍ରିକେଟ୍‌ ଖେଳିବେ ଅନୁଷ୍କା…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀଙ୍କ ଭଳି କ୍ରିକେଟ୍‌ ଖେଳିବେ। ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌ ଫିଲ୍ମରେ ଅନୁଷ୍କା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଝୁଲନ ୩୦୦ରୁ ଅଧିକ ଓ୍ବିକେଟ ନେଇ ରେକର୍ଡ କରିଥିବାବେଳେ ତାଙ୍କ ଭୂମିକାରେ ଅଭିନୟ କରି ଅନୁଷ୍କା ହାତରେ ବ୍ୟାଟ୍‌ ଧରି କ୍ରିକେଟ ପଡ଼ିଆରେ ଛଉକା ଛକା ମାରୁଥିବାରୁ ଦେଖିବାକୁ ମିଳିବ। ଏନେଇ ବ୍ୟାଟିଂ ଏବଂ ବୋଲିଂ କରିବା ଅନୁଷ୍କା ଆରମ୍ଭ କରି ଦେଇଛନ୍ତି। ଏହି ଫିଲ୍ମର ଶୁଟିଂ ଚଳିତ ବର୍ଷ ଡିସେମ୍ବରରେ ଶୁଭାରମ୍ଭ କରାଯିବାର ଯୋଜନା ରହିଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇନାହିଁ। ଅନୁଷ୍କାଙ୍କୁ ଶେଷଥର ପାଇଁ ୨୦୧୮ରେ ଶାହରୁଖ ଖାଁଙ୍କ ଫିଲ୍ମ ଜିରୋରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇ ନ ଥିଲା। ଏବେ ଅନୁଷ୍କା ପୁଣିଥରେ ବଡ଼ ପରଦାକୁ ଝୁଲନ୍‌ଙ୍କ ବାୟୋପିକ୍‌ ମାଧ୍ୟମରେ ଫେରିବାକୁ ଯାଉଛନ୍ତି।

Share