ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ ‘ଭିରୁଷ୍କା’ ଡାକିଥାନ୍ତି। ତେବେ ଅନୁଷ୍କା ଏବଂ ବିରାଟଙ୍କ ମଧ୍ୟରେ ସାକ୍ଷାତ ୨୦୧୩ ମସିହାରେ ଏକ ଶାମ୍ପୁ ବିଜ୍ଞାପନର ଶୁଟିଂ ସେଟ୍‌ରୁ ହୋଇଥିଲା। ଇତିମଧ୍ୟରେ ଏହି ଯୋଡି ଅନେକ ବିଜ୍ଞାପନରେ ଏକାଠି କାମ କରିସାରିଛନ୍ତି। ମିନ୍ତ୍ରା ଠାରୁ ଆରମ୍ଭ କରି ମାନ୍ୟବର ପର୍ଯ୍ୟନ୍ତ ବିଜ୍ଞାପନରେ ଏହି ଯୋଡିକୁ ଏକତ୍ର ଦେଖିବାକୁ ମିଳିଛି। ତେବେ ଏହି ଯୋଡି ବିଜ୍ଞାପନରେ ଏକାଠି କାମ କରିବା ପାଇଁ ମୋଟା ଅଙ୍କର ଅର୍ଥରାଶି ଅର୍ଥାତ୍‌ ୧୦ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି। ମିନ୍ତ୍ରା ବିଜ୍ଞାପନରେ ଏକତ୍ର କାମ କରିବା ପାଇଁ ସେମାନେ ୧୦ କୋଟି ଟଙ୍କା ନେଇଥିଲେ। ତେବେ ୨୦୨୧ରେ ଅନୁଷ୍କା ଏବଂ ବିରାଟ ମା’ ବାପା ହେବାକୁ ଯାଉଛନ୍ତି।

Share