ଦିନ ଥିଲା ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିଲେ, ଏବେ କୋଟିପତି ଅଭିନେତ୍ରୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନୁଷ୍କା ସେଟ୍ଟୀ ଜଣେ। ତାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ‘ରୁଦ୍ରମାଦେବୀ, ମିର୍ଚ୍ଚି ଏବଂ ଅରୁନ୍ଧତି’ ଭଳି ହିଟ୍‌ ଫିଲ୍ମରେ କାମ କରି ବାହାବା ସାଉଁଟିଛନ୍ତି ସେ। ଅନୁଷ୍କା ୧୪୨ କୋଟି ସମ୍ପତ୍ତିର ମାଲିକାଣି। ବର୍ଷକୁ ପାଖାପାଖି ୫ କୋଟି ଟଙ୍କା ରୋଜଗାର କରନ୍ତି ସେ।

ଅନୁଷ୍କାଙ୍କର ଏକ ଭବ୍ୟ ବାସଭବନ ରହିଛି। ଏହାର ମୂଲ୍ୟ ୧୨ କୋଟିରୁ ଅଧିକ ହେବ। କାର୍‌ ବିଷୟରେ କଥା ହେଲେ ଅନୁଷ୍କାଙ୍କ ପାଖରେ ଅନେକ ଦାମୀ ଗାଡ଼ି ରହିଛି। ସେଥିରେ ଟୋୟଟା କୌରୋଲା ଏଟଲିସ୍‌(୨୧ ଲକ୍ଷ), ଅଡି ଏ୬(୫୫.୮୬ ଲକ୍ଷ), ବିଏମ୍‌ଡବ୍ଲୁ ୬(୬୬.୫୦ ଲକ୍ଷ) ରହିଛି।

ଅଭିନେତ୍ରୀ ହେବା ନେଇ ଅନୁଷ୍କାଙ୍କର ସ୍ବପ୍ନ ନ ଥିଲା। ସେ କଲେଜରେ ପାଠପଢ଼ା ପୂରଣ କରିବା ପରେ ମେଡିଟେଶନ୍‌ ଓ୍ବାର୍କଶପ୍‌ରେ ଯୋଗ ଦେଇଥିଲେ। ଏହାପରେ ସେ ଯୋଗର ଇନ୍‌ଷ୍ଟ୍ରକ୍ଟର ହୋଇଥିଲେ। ମୁମ୍ବାଇରେ ସେ ଯୋଗ ପ୍ରଶିକ୍ଷଣ ନେଉଥିଲେ। ଗ୍ରାଜୁଏଶନ୍‌ ଶେଷ ହେବା ପରେ ସେ ତୃତୀୟ ଶ୍ରେଣୀ ପିଲାମାନଙ୍କୁ ମଧ୍ୟ ପଢ଼ାଉଥିଲେ।

ବ୍ୟକ୍ତିଗତ ଜୀବନକୁ ଦେଖିଲେ ଅନୁଷ୍କାଙ୍କୁ ଏବେ ୩୯ ବର୍ଷ। ସେ ଏକାକି ଅଛନ୍ତି। ଦିନ ଥିଲା ପ୍ରଭାସଙ୍କ ସହ ତାଙ୍କ ନାମ ଯୋଡ଼ା ଯାଉଥିଲା। ହେେଏ ଦୁହେଁ ପରସ୍ପରର ଭଲ ବନ୍ଧୁ ବୋଲି କହି ଆସିଛନ୍ତି।

Share