୪ ଲକ୍ଷ ଟଙ୍କାର ଚପଲ ପିନ୍ଧି ପାର୍ଟିରେ ପହଞ୍ଚିଥିଲେ ଅନୁଷ୍କା, ପୋଷାକର ମୂଲ୍ୟ ଥିଲା…

ନୂଆବର୍ଷ ଅବସରରେ ଯାହା ସହିତ ସମୟ ବିତାଇବେ ବର୍ଷସାରା ତା’ସହ ରହିବେ ବୋଲି କୁହାଯାଏ। ୨୦୨୦ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ସ୍ବୀଜରଲାଣ୍ଡର ଡିଷ୍ଟାଡ ପ୍ୟାଲେସରେ ରହିଥିଲେ। ଏହି ସମୟରେ ତାଙ୍କ ସହ କରିନା କପୁର, ସୈଫ୍‌ ଅଲ୍ଲୀ ଖାନ୍‌, ବରୁଣ ଧଓ୍ବନ ଏବଂ ନତାଶା ଦଲାଲ ମଧ୍ୟ ଥିଲେ। ନତାଶା ଏବଂ କରିନା ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଅନୁଷ୍କା କଳା ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ଅନୁଷ୍କାଙ୍କ ଏହି ପୋଷାକକୁ ରୋହିତ ଗାନ୍ଧୀ ଏବଂ ରାହୁଲ ଖନ୍ନା ତିଆରି କରିଥିଲେ। ଏହି ପୋଷାକକୁ ନେଇ ଉକ୍ତ ସମୟରେ ବହୁତ ଚର୍ଚ୍ଚା ହୋଇଥିଲା। ଗାଉନ୍‌କୁ ମ୍ୟାଚ୍‌ କଲାଭଳି ହିଲ୍‌ ମଧ୍ୟ ପିନ୍ଧିଥିଲେ। ଏହି ହିଲ୍‌ର ମୂଲ୍ୟ ଏକ କାରର ମୂଲ୍ୟଠାରୁ ମଧ୍ୟ ଅଧିକ ଯାହାକି ୩୮୦,୦୦୦ ଟଙ୍କା। ଏଥିସହ ଅନୁଷ୍କା ଯେଉଁ ଗାଉନ୍‌ ପିନ୍ଧିଥିଲେ ତାହାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ଥିଲା।

ଗତ ସୋମବାର ଅନୁଷ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

Share