ଅବସର ଘୋଷଣା କଲେ କୋହଲି, ପତ୍ନୀ ଅନୁଷ୍କା କହିଲେ ଏଇ ମଣିଷକୁ…

ନୂଆଦିଲ୍ଲୀ, ୩୦।୦୬: ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ଆଇସିସିର ଟି-୨୦ ବିଶ଼୍ବକପ୍‌ ଟାଇଟଲ୍‌ ହାସଲ କରିଛି ଟିମ୍‌ ଇଣ୍ଡିଆ। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ଼୍ବ ଚମ୍ପିୟନ୍‌ ହୋଇଛି ଭାରତ । ୨୦୧୩ ପରେ ଭାରତ ହାସଲ କରିଛ ଏହିି ଆଇସିସି ଟ୍ରଫି। ବ୍ରିଜଟାଉନ୍‌ରେ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ କୋହଲିଙ୍କ ଧୂଆଁଦାର ବ୍ୟାଟିଂ ଦକ୍ଷିଣ ଆଫ୍ରିକାକୁ ଭାରି ପଡ଼ିଥିଲା । କୋହଲି ୫୯ ବଲ୍‌ରେ ୭୬ ରନ୍‌ କରି ଭାରତକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ଫଳରେ ଭାରତ ୭ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ।

ତେବେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା ହେବା ପରେ କୋହଲି ଟି-୨୦ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ। ବିରାଟଙ୍କ କ୍ୟାରିୟର ସବୁଠାରୁ ବଡ଼ ଦିନ ଏବଂ ଅବସର ଘୋଷଣା ପରେ ପତ୍ନୀ ଅନୁଷ୍କା ଶର୍ମା ସୋସିଆଲ୍‌ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି । ସେ ଇନ୍‌ଷ୍ଟାଗ୍ରାମ୍‌ରେ ବିରାଟଙ୍କ ସହ ଟିମ୍‌ ଇଣ୍ଡିଆର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହାର କ୍ୟାପ୍ସନରେ ଅନୁଷ୍କା ଲେଖଛନ୍ତି ଯେ, ଯେତେବେଳେ ଆମ ଝିଅ ତୁମକୁ ଟିଭିରେ କାନ୍ଦୁଥିବା ଦେଖିଥିଲା ସେତେବେଳେ ସେ ଚିନ୍ତାରେ ପଡ଼ିଯାଇଥିଲା ଯେ, ତୁମକକୁ କାହିଁକି ସମସ୍ତେ ଆଲିଙ୍ଗନ କରୁଛନ୍ତି । ମୁଁ କହିଥିଲି ଯେ ୧୫୦ କୋଟି ଲୋକ ତୁମକୁ ସ୍ନହର ସହ ଆଲିଙ୍ଗନ କରୁଛନ୍ତି । ଚମତ୍କାର ବିଜୟ ଏବଂ ଉପଲବ୍ଧି ପାଇଁ ଚମ୍ପିୟନ୍‌ଙ୍କୁ ଶୁଭେଚ୍ଛା ବୋଲି ସେ ଲେଖିଛନ୍ତି ।

ତେବେ ଅନ୍ୟ ଏକ ପୋଷ୍ଟରେ ଏହି ବଲିଉଡ୍‌ ସୁନ୍ଦରୀ କହିଛନ୍ତି ଯେ, ମୁଁ ଏହି ବ୍ୟକ୍ତିଙ୍କୁ ପ୍ରେମ କରେ । ମୁଁ ତୁମ ପାଖରେ କୃତଜ୍ଞ ଯେ ତୁମେ ମୋତେ ତୁମ ଘର ବୋଲି ସମ଼୍େବାଧନ କରିଛ ।ଶୀଘ୍ର ଏକ ଗ୍ଲାସ୍‌ ପାଣି ପିଅ ଆଉ ଏହାକୁ ଶେଲେବ୍ରେଟ୍‌ କର ବୋଲି ସେ ଏଥିରେ ଲେଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri