ଝୁଲନ୍‌ଙ୍କ ବାୟୋପିକ୍‌ ସହ ବଡ଼ ପରଦାକୁ ଫେରୁଛନ୍ତି ଅନୁଷ୍କା

ବମ୍ବେ: ଦୀର୍ଘଦିନର ବ୍ରେକ୍‌ ପରେ ବଡ଼ ପରଦାକୁ ଫେରିବାକୁ ସଜ ହେଲେଣି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ଖୁବ୍‌ଶୀଘ୍ର ବିଶ୍ୱ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ମହିଳା ବୋଲର୍‌ଙ୍କ ମଧ୍ୟରୁ ଅନ୍ୟତମ ଝୁଲମ ଗୋସ୍ବାମୀଙ୍କ ବାୟୋପିକ୍‌ରେ ସେ ନଜର ଆସିବେ। ଏହାର ନାମ ରହିଛି ‘ଚକଦା ଏକ୍ସପ୍ରେସ୍‌’। ସୋସିଆଲ ମିଡିଆରେ ଅଭିନେତ୍ରୀ ଏକ ଟିଜର୍‌ ଶେୟାର କରି ଏହି ସୂଚନା ଦେଇଛନ୍ତି।

ଟିଜର୍‌ଟି ଜବରଦସ୍ତ ହୋଇଛି। ଅନୁଷ୍କା ଏଥିରେ ବଙ୍ଗାଳୀ ଭାଷାରେ କଥା ହେଉଥିବା ନଜର ଆସୁଛି। ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ରିଲିଜ ହେବ। ହେଲେ ଏହାର ତାରିଖ ସାମ୍ନାକୁ ଆସିନାହିଁ।

କହିରଖୁଛୁ, ଝୁଲନ ମହିଳା ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲର। ବିଶ୍ୱରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ମୋଟ ୩୩୩ ଉଇକେଟ ନେଇଛନ୍ତି। ଟେଷ୍ଟରେ ସେ ୪୧ ଉଇକେଟ ନେଇଛନ୍ତି। ୨୦୦୨ରେ ନିଜର ଡେବ୍ୟୁ କରିଥିଲେ।

Share