ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ…

ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ…
ଖେଳ ମଧ୍ୟରେ କ୍ରିକେଟ ପାଇଁ ଲୋକମାନେ ଯେତିକି ପାଗଳ, ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଠିକ୍‌ ସେମିତି ଇଚ୍ଛୁକ। ନିକଟରେ ବାପା ହୋଇଥିବା ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଲାଙ୍କୁ ଦେଖିବାକୁ ଲୋକମାନେ ବହୁତ ଉତ୍ସାହିତ। ନିକଟରେ ବିରାଟଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁଷ୍କା ଶର୍ମା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଳିଆ ପୋଷ୍ଟ ଶେୟାର କରିଥିଲେ। ଉକ୍ତ ପୋଷ୍ଟରେ ସେ ନିଜ ପସନ୍ଦର ଜିନିଷ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ବର୍ପ କ୍ଲଥ୍‌ ତାଙ୍କର ସବୁଠାରୁ ପସନ୍ଦର ସାମଗ୍ରୀ। ଅନୁଷ୍କାଙ୍କ ଏହି ପୋଷ୍ଟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ କରି ଲେଖିଛନ୍ତି, ପ୍ରକୃତରେ ଏହି ସାମଗ୍ରୀ ସବୁଠାରୁ ବେଶି ଜରୁରୀ।

Share