ଝିଅକୁ ସାଇକେଲରେ ବସାଇ ମଜା ନେଲେ ଅନୁଷ୍କା, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କର ଆକର୍ଷଣୀୟ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ କ୍ରିକେଟର ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଛୁଟି କାଟିବାକୁ ମାଳଦ୍ୱୀପ ଯାଇଥିଲେ। ଏହି ସମୟର କିଛି ଫଟୋ ଅନୁଷ୍କା ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକ ପ୍ରଶଂସକଙ୍କର ପସନ୍ଦ ଆସିଛି।

ଫଟୋରେ ଅନୁଷ୍କା ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ସେ ତାଙ୍କ ଝିଅ ଭାମିକାକୁ ସାଇକେଲରେ ବସି ବୁଲାଉଛନ୍ତି। ଏହି ସୁନ୍ଦର ଭିଡିଓ ଶେୟାର କରି ଅନୁଷ୍କା କ୍ୟାପଶନ ଲେଖିଛନ୍ତି, ମୋର ଦୁଇ ପ୍ରିୟଙ୍କ ସହିତ ବେଷ୍ଟ ମେମୋରି । ବହୁତ ମନେ ପଡୁଛି।

ଏ ତ ଗଲା ଅନୁଷ୍କାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ଅନୁଷ୍କାଙ୍କୁ ଶାହରୁଖ ଖାନ୍‌ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ୨୦୧୮ ମସିହାରେ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଏବେ ସେ ଖୁବ୍‌ଶୀଘ୍ର ଝୁଲଣ ଗୋସ୍ବାମୀଙ୍କ ବାୟୋପିକ ‘ଚକଡା ଏକ୍ସପ୍ରେସ’ରେ ନଜର ଆସିବେ। ଏଥିପାଇଁ ସେ ବହୁ ବ୍ୟସ୍ତ ରହୁଛନ୍ତି।

Share